Biblia Todo Logo
Bib sou entènèt

- Piblisite -




୧ ଯୋହନ 3:9 - ପବିତ୍ର ବାଇବଲ

9 ପରମେଶ୍ୱରଙ୍କର ସନ୍ତାନ ହେବା ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ୱର ସେହି ଲୋକକୁ ଦିଅନ୍ତି, ତାହା ତା'ଠାରେ ଥାଏ। ତେଣୁ ସେ ଆଉ ପାପ କରିପାରେ ନାହିଁ ଯେହେତୁ ସେ ପରମେଶ୍ୱରଙ୍କର ସନ୍ତାନ ହୋଇସାରିଥାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେକେହି ଈଶ୍ଵରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ଵରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ଵରଙ୍କଠାରୁ ଜାତ ହେବାରୁ ପାପ କରି ପାରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରି ପାରେ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ; ସେ ପାପରେ ଲିପ୍ତ ହୋଇ ନାହିଁ, କାରଣ ଈଶ୍ୱରଙ୍କ ପ୍ରକୃତି ତା’ଠାରେ ବିଦ୍ୟମାନ। ଈଶ୍ୱର ତା’ର ପିତା, ସୁତରାଂ ସେ ପାପସକ୍ତ ହୋଇ ରହିପାରେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ।

Gade chapit la Kopi




୧ ଯୋହନ 3:9
18 Referans Kwoze  

ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା'ର କିଛି କ୍ଷତି କରିପାରେ ନାହିଁ।


ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।


ହଁ, ସେମାନେ ପରମେଶ୍ୱରଙ୍କ ସନ୍ତାନ ହେଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଶାରୀରିକ ଭାବେ ଜନ୍ମ ହେଲେ ନାହିଁ କିମ୍ବା ପିତା-ମାତାଙ୍କର ଇଚ୍ଛା ଏବଂ ଯୋଜନା ଅନୁସାରେ ଜନ୍ମ ଗ୍ରହଣ କରି ନ ଥିଲେ, କିନ୍ତୁ ପରମେଶ୍ୱରଙ୍କ ନିଜେ ସେମାନଙ୍କୁ ଆପଣା ସନ୍ତାନ କଲେ।


ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ୟ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ୟକ୍ତି ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି।


ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।


ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି।


ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”


ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ।


ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ।


ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ।


ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା'ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି?


ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ।


ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ।


“ତୁମ୍ଭେ ହୁଏତ କହିପାର, ‘ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ୟାର ମୂଳ ମୋ'ଠାରେ ଅଛି।’


ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ, କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।


ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।


ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।


ପୁଣି ବୁଣା ଯିବାକୁ ଥିବା ବିହନ ଉପରେ ଯଦି ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ।


Swiv nou:

Piblisite


Piblisite