୧ ଯୋହନ 3:4 - ପବିତ୍ର ବାଇବଲ4 ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। Gade chapit laପବିତ୍ର ବାଇବଲ (Re-edited) - (BSI)4 ଯେକେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ। Gade chapit laଓଡିଆ ବାଇବେଲ4 ଯେ କେହି ପାପ କରେ, ସେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରେ, କାରଣ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ହିଁ ପାପ । Gade chapit laପବିତ୍ର ବାଇବଲ (CL) NT (BSI)4 ଯେ କେହି ପାପ କରେ, ସେ ଈଶ୍ୱରଙ୍କ ଆଜ୍ଞା ଲଘଂନ କରେ, କାରଣ ପାପର ଅର୍ଥ ହେଉଛି ଆଜ୍ଞା ଲଘଂନ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ। Gade chapit la |
ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।
ପରମେଶ୍ୱରଙ୍କର ଆତ୍ମା ଜିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଜିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’”
“ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ।