Biblia Todo Logo
Bib sou entènèt

- Piblisite -




୧ ଯୋହନ 3:14 - ପବିତ୍ର ବାଇବଲ

14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧୀନରେ ଥାଏ।

Gade chapit la Kopi

ଓଡିଆ ବାଇବେଲ

14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଆମେ ଜାଣୁ ଯେ, ଏବେ ଆମେ ମୃତ୍ୟକୁ ଅତିକ୍ରମ କରି ଜୀବନ ଲାଭ କରିଛୁ। ଏହା ନିଶ୍ଚିତ ଭାବରେ ଜାଣୁ, କାରଣ ଏବେ ଆମେ ଭାଇମାନଙ୍କୁ ପ୍ରେମ କରୁଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟର ଅଧୀନ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧୀନରେ ଥାଏ।

Gade chapit la Kopi




୧ ଯୋହନ 3:14
31 Referans Kwoze  

ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ।


ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”


ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ବିଷୟରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ୟକତା ନାହିଁ। ପରସ୍ପରକୁ ପ୍ରେମ କରିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।


“ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି।


ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର।


“ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’


ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ।


ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର।


କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ।


ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା।


ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।


ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ।


ସେଥିପାଇଁ ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ନିରନ୍ତର ଧନ୍ୟବାଦ ଅର୍ପଣ କଲି।


ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।


ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।


ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ।


ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର।


ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।


ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ।


ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।


ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।


ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା,


କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”


ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।


ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ୟୁ ଲୋକ ମଧ୍ୟରେ ଶେଷ ହେବ।


ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।”


Swiv nou:

Piblisite


Piblisite