Biblia Todo Logo
Bib sou entènèt

- Piblisite -




୧ ଯୋହନ 1:8 - ପବିତ୍ର ବାଇବଲ

8 ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଆମ୍ଭମାନଙ୍କର ପାପ ନାହିଁ ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ଆମେ ଯଦି ନିଜକୁ ନିଷ୍ପାପ ବୋଲି ମନେ କରୁ, ତେବେ ଆତ୍ମପ୍ରତାରଣା କରୁଛୁ- ଆମଠାରେ ତିଳେ ହେଲେ ସତ୍ୟତା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।

Gade chapit la Kopi




୧ ଯୋହନ 1:8
33 Referans Kwoze  

ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି।


ଆମ୍ଭେ ସମସ୍ତେ ଅନେକ ଭୁଲ୍ କରୁ। ଯଦି ଜଣେ ଲୋକ କୌଣସି ଭୁଲ୍ କଥା କହି ନାହିଁ, ତା'ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ୟ ସଂଯତ କରି ପାରିବ।


ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ।


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ।


ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।


“ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ,” ଏହା କେହି କହିପାରିବେ ନାହିଁ।


“ମନୁଷ୍ୟ କ’ଣ ସତରେ ଶୁଦ୍ଧ ହୋଇ ପାରିବ? ଜଣେ ସ୍ତ୍ରୀଲୋକଠାରୁ ଜନ୍ମ ହୋଇଥିବା କେହି ଧାର୍ମିକ ହୋଇ ପାରିବ କି?


ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ।


ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ।


ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।


ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା'ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ।


ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ।


ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ? କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ।


“ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରତ୍ୟେକ ଲୋକ ପାପ କରନ୍ତି। ତୁମ୍ଭେ ସେମାନଙ୍କ ଉପରେ କ୍ରୋଧାନ୍ୱିତ ହେବ ଓ ସେମାନଙ୍କୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ କରାଇବ। ସେମାନଙ୍କର ଶତ୍ରୁ ସେମାନଙ୍କୁ ବନ୍ଦୀକରି ଦୂର ଦେଶକୁ ନେଇଯିବେ।


ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା'ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା


“ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ।


“ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଏପରି ବ୍ୟକ୍ତି କେହି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସେମାନଙ୍କ ଉପରେ କ୍ରୋଧ କରିବ। ତୁମ୍ଭେ ଜଣେ ଶତ୍ରୁଦ୍ୱାରା ସେମାନଙ୍କୁ ପରାଜିତ କରାଇବ, ଆଉ ସେମାନଙ୍କୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ଯିବାକୁ ହେବ।


ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।


ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ।


ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ।


ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ।


“ହଁ, ଏହା ସତ୍ୟ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ୱରଙ୍କୁ ଯୁକ୍ତିରେ କିପରି ଜିତି ପାରିବ?


ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି।


ଏହି ଭଣ୍ଡ ଶିକ୍ଷକମାନେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି। ଅତଏବ ସେମାନେ ନିଜେ ଦୁଃଖ ପାଇବେ। ସେମାନେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସେମାନେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜି ଉତ୍ସବରେ ସମ୍ମିଳିତ ହେବା ବେଳେ, ସେମାନେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ୱରୂପ ଅଟନ୍ତି।


ତୁମ୍ଭେ କହିବାକୁ ଲାଗୁଛ, ‘ଆମ୍ଭେ ନିରୀହ ଏବଂ ଆମ୍ଭେ ନିଶ୍ଚିତ ଯେ, ପରମେଶ୍ୱର ତାଙ୍କର କ୍ରୋଧକୁ ଆମ୍ଭଠାରୁ ଦୂରେଇ ନେବେ।’ ଏହା ତୁମ୍ଭକୁ କହିବାକୁ ଦିଅ, ଆମ୍ଭେ ତୁମ୍ଭର ବିଗ୍ଭର କରିବା କାରଣ ତୁମ୍ଭେ କହୁଛ, ‘ଆମ୍ଭେ ନିର୍ଦ୍ଦୋଷୀ।’


ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା'ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁଣୀ। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା'ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।


ଶାସ୍ତ୍ରରେ ଏହିପରି ଲେଖା ଅଛି, “କେହିହେଲେ ଧାର୍ମିକ ନାହିଁ, ଜଣେ ମଧ୍ୟ ନୁହେଁ!


ଯଦି କେହି କହେ “ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ,” କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ହେଉଛି ମିଥ୍ୟାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତେବେ ଯେଉଁ ପରମେଶ୍ୱରଙ୍କୁ ସେ କେବେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରିବ ନାହିଁ।


“ସମୟେ ସମୟେ କୁଷ୍ଠରୋଗ ଲୋକର ସମଗ୍ର ଶରୀରକୁ ବ୍ୟାପି ଥାଏ। ସେହି କୁଷ୍ଠରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତେବେଳେ ଯାଜକ ସେହି ଲୋକର ସମସ୍ତ ଶରୀର ଦେଖିବ।


ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?” ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”


Swiv nou:

Piblisite


Piblisite