୧ ଯୋହନ 1:2 - ପବିତ୍ର ବାଇବଲ2 ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନ; ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। Gade chapit laଓଡିଆ ବାଇବେଲ2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ । Gade chapit laପବିତ୍ର ବାଇବଲ (CL) NT (BSI)2 ଜୀବନପ୍ରଦାୟୀ ସେହି ବାକ୍ୟ ଯେତେବେଳେ ଦୃଶ୍ୟମାନ ହେଲେ, ଆମେ ତାହାଙ୍କୁ ଦେଖିଲୁ; ତେଣୁ ତାଙ୍କ ବିଷୟରେ ଆମେ ଏହି କଥା ସାକ୍ଷ୍ୟ ଦେଇ ଘୋଷଣା କରୁଛୁ ଯେ, ଅନନ୍ତଜୀବନ ରୂପେ ସେ ପିତା ଈଶ୍ୱରଙତ୍ ସହିତ ସଦା ବିଦ୍ୟମାନ ଥିଲେ- ଏବଂ ସେ ଆମେ ନିକଟରେ ପ୍ରକାଶିତ ହୋଇଇଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। Gade chapit la |
ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ।
ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁଙ୍କୁ। ସେ ନିଜେ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି। ଯିଏ ଯୀଶୁଙ୍କୁ ଦେଖିଅଛି, ସେ ପରମେଶ୍ୱରଙ୍କୁ ଦେଖିଅଛି।” ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି।