୧ କରିନ୍ଥୀୟ 9:5 - ପବିତ୍ର ବାଇବଲ5 ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫାଙ୍କ ପରି ବିଶ୍ଵାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ? Gade chapit laଓଡିଆ ବାଇବେଲ5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ? Gade chapit laପବିତ୍ର ବାଇବଲ (CL) NT (BSI)5 ଅନ୍ୟାନ୍ୟ ପ୍ରେରିତ ଶିଷ୍ୟ, ପିତର ଓ ପ୍ରଭୁଙ୍କ ଭାଇମାନଙ୍କ ପରି ବିଶ୍ୱାସୀ ସମାଜର ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ଭ୍ରମଣ କରିବା ପାଇଁ ମୋର କ’ଣ ଅଧିକାର ନାହିଁ? Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ? Gade chapit la |
ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର।