Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 9:1 - ପବିତ୍ର ବାଇବଲ

1 ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି। ମୁଁ ଜଣେ ପ୍ରେରିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମୋ’ କାର୍ଯ୍ୟର ଫଳ ସ୍ୱରୂପ ତୁମ୍ଭେମାନେ ପରିବର୍ତ୍ତିତ ହୋଇଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ମୁଁ କଅଣ ସ୍ଵାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?

Gade chapit la Kopi

ଓଡିଆ ବାଇବେଲ

1 ମୁଁ କ'ଣ ସ୍ୱାଧୀନ ନୁହେଁ ? ମୁଁ କ'ଣ ଜଣେ ପ୍ରେରିତ ନୁହେଁ ? ମୁଁ କ'ଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ ? ତୁମ୍ଭେମାନେ କ'ଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ମୁଁ କ’ଣ ଜଣେ ସ୍ୱାଧୀନ ବ୍ୟକ୍ତି ନୁହେଁ? ମୁଁ ପ୍ରେରିତ ଶିଷ୍ୟ ନୁହେଁ କି? ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ’ଣ ମୁଁ ଦେଖି ନାହିଁ? ତୁମ୍ଭେମାନେ, ମୁଁ ପ୍ରଭୁଙ୍କ ପାଇଁ କରିଥିବା କାର୍ଯ୍ୟର ଫଳ ସ୍ୱରୂପ ନୁହଁ କି?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?

Gade chapit la Kopi




୧ କରିନ୍ଥୀୟ 9:1
37 Referans Kwoze  

ତେଣୁ ହନନିୟ ଯିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, “ଭାଇ ଶାଉଲ! ପ୍ରଭୁ ଯୀଶୁ ମୋତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦେଇଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖି ପାରିବ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇପାରିବ।”


ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ।


ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ।


ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”


ସେ ଦମ୍ମେସକ ନିକଟକୁ ଆସିଲେ। ହଠାତ୍ ସ୍ୱର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଗ୍ଭରିପଟେ ଉ‌ଦ୍‌ଭାସିତ ହୋଇଗଲା।


ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।


ସେହି ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହେଲି। ମୁଁ ସୁସମାଗ୍ଭର ପାଇଁ ପ୍ରଗ୍ଭରକ, ପ୍ରେରିତ ଓ ଶିକ୍ଷକ ଭାବେ ମନୋନୀତ ହେଲି।


ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।


ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ।


ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର।‌ ପରମେଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ। ତାହାଙ୍କର ସୁସମାଗ୍ଭର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହେଲି।


ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ।


ଆମ୍ଭେ ଲୋକମାନଙ୍କର ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଗ୍ଭହୁଁ ନାହୁଁ।


ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ'ଠାରୁ କୌଣସି ଗୁଣରେ ଅଧିକ।


ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି। ‌‌‌‌‌‌‌‌‌‌‌


ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି।


ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରମେଶ୍ୱର ମୋତେ ବାର୍ତ୍ତାବହ ହେବାର ବିଶେଷ କାର୍ଯ୍ୟ ଦେଇଛନ୍ତି। ପରମେଶ୍ୱର, ଏହା ଦ୍ୱାରା ସମସ୍ତ ଜାତିର ଲୋକଙ୍କ ମନରେ ତାହାଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମୋତେ ଦେଲେ। ମୁଁ ଏହି କାମ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ କରୁଛି।


କିନ୍ତୁ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ:


ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ।


ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”


କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି।


ଶାଉଲ କହିଲେ, “ପ୍ରଭୁ, ତୁମ୍ଭେ କିଏ?” ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।


ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ।


କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।


ଯଦି କିଏ ଏହି ବିଷୟରେ ଯୁକ୍ତିତର୍କ କରିବା ପାଇଁ ଇଚ୍ଛା କରେ, ତେବେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ଯ୍ୟକଳାପଠାରୁ ଆମ୍ଭେ ବା ପରମେଶ୍ୱରଙ୍କ ମଣ୍ଡଳୀ ସ୍ୱୀକୃତ ଦେବ ନାହିଁ।


ତୁମ୍ଭମାନଙ୍କ ଆଗରେ ଥିବା ତଥ୍ୟ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ଆମ୍ଭେ ମଧ୍ୟ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ।


Swiv nou:

Piblisite


Piblisite