Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:9 - ପବିତ୍ର ବାଇବଲ

9 କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା'ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ; କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ସଂଯମୀ ହୋଇ ନ ପାରିଲେ, ସେମାନଙ୍କ ପକ୍ଷରେ ବିବାହ କରିବା ଉଚିତ୍। କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଶ୍ରେୟସ୍କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।

Gade chapit la Kopi




୧ କରିନ୍ଥୀୟ 7:9
8 Referans Kwoze  

ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା'ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।


କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍।


କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା'ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି।


କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।


ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍।


ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ।


ଏ କଥା କେହି ଅସତ୍ୟ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚିତ୍। ପ୍ରଥମେ କିଛି ନଭାବି ତୁମ୍ଭେମାନେ କିଛି କରିବା ଅନୁଚିତ୍।


“ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ।


Swiv nou:

Piblisite


Piblisite