Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:5 - ପବିତ୍ର ବାଇବଲ

5 ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।

Gade chapit la Kopi

ଓଡିଆ ବାଇବେଲ

5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ପରସ୍ପରଠାରୁ ସେମାନେ ପୃଥକ୍ ନ ରହନ୍ତୁ। କିନ୍ତୁ ଉଭୟେ ଏକମତ ହୋଇ ପ୍ରାର୍ଥନାରେ କାଳକ୍ଷେପଣ ପାଇଁ କିଛି ସମୟ ପୃଥକ୍ ରହି ପାରନ୍ତି। ଆତ୍ମସଂଯମର ଅଭାବ ହେତୁ ଶୟତାନ ଯେପରି ସେମାନଙ୍କୁ ପ୍ରଲୋଭିତ ନ କରେ, ସେଥିପାଇଁ ସେମାନେ ପୁନର୍ବାର ଏକତ୍ର ହୁଅନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।

Gade chapit la Kopi




୧ କରିନ୍ଥୀୟ 7:5
11 Referans Kwoze  

ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”


ସବୁ ଲୋକଙ୍କୁ ଏକତ୍ରିତ କର। ସ୍ୱତନ୍ତ୍ର ସଭାର ଆୟୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର। ନବ ବିବାହିତ ବର କନ୍ୟା ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ।


ଯୀଶୁ ଉତ୍ତର ଦେଲେ, “ବିବାହ ସମ୍ବନ୍ଧରେ ଏହି ଉପଦେଶ ପ୍ରତ୍ୟେକ ଲୋକ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନଙ୍କୁ ପରମେଶ୍ୱର ଏହି କ୍ଷମତା ଦେଇଛନ୍ତି, କେବଳ ସେହିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ।


ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା'ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ।


ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି: ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ। ତାହାଙ୍କରହିଁ ସେବା କର!


ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଗ୍ଭରିବାକୁ ସେମାନେ ପଠାଇଲେ, “ଆମ୍ଭେ କ’ଣ ପଞ୍ଚମ ମାସରେ ବିଳାପ ଓ ଉପବାସ ଗ୍ଭଲୁ ରଖିବା, ଯେପରିକି ଅନେକ ବର୍ଷ ଧରି କରି ଆସିଅଛୁ? ପଞ୍ଚମ ମାସରେ ଆମ୍ଭେମାନେ ବିଶେଷ ବିଳାପ ଓ ଉପବାସ ପାଳନ କରୁ। ଆମ୍ଭେ ଏହି ପାଳନ କରିବା କାର୍ଯ୍ୟ ଗ୍ଭଲୁ ରଖିବା ଉଚିତ୍ କି?”


“ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତେବେ ସେ ପ୍ରଥମ ସ୍ତ୍ରୀକୁ କେବେ ଅସୁବିଧାରେ ପକାଇବ ନାହିଁ। ତା'ର ବିବାହୋଚିତ କର୍ତ୍ତବ୍ୟ ଯଥା: ଖାଦ୍ୟ, ବସ୍ତ୍ରରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।


ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି।


(ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।)


Swiv nou:

Piblisite


Piblisite