Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:10 - ପବିତ୍ର ବାଇବଲ

10 ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ'ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ଵାମୀଠାରୁ ବିଭିନ୍ନ ନ ହେଉ,

Gade chapit la Kopi

ଓଡିଆ ବାଇବେଲ

10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀଠାରୁ ପୃଥକ୍ ନ ହେଉ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ବିବାହିତମାନଙ୍କ ପ୍ରତି ଏହା ମୋର ଆଦେଶ ନୁହେଁ, ଈଶ୍ୱରଙ୍କ ଆଦେଶ - ସ୍ତ୍ରୀ ସ୍ୱାମୀକୁ କଦାପି ପରିତ୍ୟାଗ ନ କରୁ -

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ,

Gade chapit la Kopi




୧ କରିନ୍ଥୀୟ 7:10
13 Referans Kwoze  

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।


“ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହକରେ ତେବେ ସେହି ପୁରୁଷଟି ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହେବ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ୟକ୍ତା ସ୍ତ୍ରୀକୁ ବିବାହକରେ, ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହେବ।”


ତଥାପି ଯଦି ଜଣେ ଅବିଶ୍ୱାସୀ, ଜଣେ ବିଶ୍ୱାସୀଠାରୁ ଅଲଗା ହେବାକୁ ଇଚ୍ଛା କରେ, ତା'ହେଲେ ସେ ଅଲଗା ହୋଇପାରେ। ଯେତେବେଳେ ଏପରି ଘଟିବ, ଖ୍ରୀଷ୍ଟିୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହେବେ। ପରମେଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଛନ୍ତି।


ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ୱାମୀ ପ୍ରତି ବିଶ୍ୱାସଘାତକତା କରି ପରିତ୍ୟାଗ କରେ, ତୁମ୍ଭେ ଇସ୍ରାଏଲ ସେହିପରି ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛ।


ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କହେ (ଏହା ମୋର କଥା, ପ୍ରଭୁଙ୍କର ନୁହେଁ): ଯଦି କୌଣସି ଖ୍ରୀଷ୍ଟିୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ୱାସିନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା'ହେଲେ ପତି ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ।


ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି।


ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି।


ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା'ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।


କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା'ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?”


ଯେ, ପତ୍ନୀ ନିଜ ପତିକୁ କେବେ ହେଲେ ଛାଡ଼ିବା ଉଚିତ୍ ନୁହେଁ, କିନ୍ତୁ ଯଦି ପତ୍ନୀ ନିଜ ପତିକୁ ଛାଡ଼େ, ତା'ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶିଯିବା ଉଚିତ୍। ଠିକ୍ ସେହିଭଳି ପତି ମଧ୍ୟ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।


Swiv nou:

Piblisite


Piblisite