୧ କରିନ୍ଥୀୟ 6:3 - ପବିତ୍ର ବାଇବଲ3 ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା'ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। Gade chapit laପବିତ୍ର ବାଇବଲ (Re-edited) - (BSI)3 ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ? Gade chapit laଓଡିଆ ବାଇବେଲ3 ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ ? Gade chapit laପବିତ୍ର ବାଇବଲ (CL) NT (BSI)3 ଆମେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଚାର କରିବା, ଏହା କ’ଣ ଜାଣ ନାହିଁ? ତେବେ ଜାଗତିକ ମାମଲାଗୁଡ଼ିକର ମୀମାଂସା କରିବା, ଆମ ପକ୍ଷରେ ଅଧିକ ସହଜ ହେବ ନାହିଁ କି? Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ? Gade chapit la |
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର। ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।
ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ।