Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 6:12 - ପବିତ୍ର ବାଇବଲ

12 “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ଵାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ଵାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ।

Gade chapit la Kopi

ଓଡିଆ ବାଇବେଲ

12 ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 କେହି କହିପାରେ, “ମୋତେ ସବୁ କିଛି କରିବା ପାଇଁ ଅନୁମତି ଦିଆଯାଇଛି।” ସତ କଥା, କିନ୍ତୁ ସବୁ କିଛି ତୁମ ପାଇଁ ହିତଜନକ ନୁହେଁ। ଯେ କୌଣସି ବିଷୟ କରିବାର ସ୍ୱାଧୀନତା ମୋର ଅଛି ବୋଲି ମୋତେ ବଶୀଭୂତ କରିବା ପାଇଁ ମୁଁ କାହାରିକୁ କେବେ ସୁଯୋଗ ଦେବି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ।

Gade chapit la Kopi




୧ କରିନ୍ଥୀୟ 6:12
12 Referans Kwoze  

ମୁଁ ମୋର ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମୋର କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଗ୍ଭର ପ୍ରଗ୍ଭର କରିବା ପରେ ନିଜେ ଯେପରି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦେଲା ପରେ ଯେପରି ମୁଁ ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ମୁଁ ମୋ’ ଶରୀରକୁ ବଶରେ ରଖୁଅଛି।


ଆମ୍ଭେ ଦିନରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନେବା ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆମ୍ଭେ ଏପରି କରିଥିଲୁ।


ଏମାନେ ତୁମ୍ଭମାନଙ୍କର ପ୍ରେମଭୋଜିର କଳଙ୍କ ପରି। ସେମାନେ ନିର୍ଭୟରେ ତୁମ୍ଭ ସହିତ ଭୋଜନ କରନ୍ତି। ସେମାନେ କେବଳ ନିଜର ଯତ୍ନ ନିଅନ୍ତି। ସେମାନେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ୱାରା ସେମାନେ ଗ୍ଭରିଆଡ଼େ ଉଡ଼ନ୍ତି। ସେମାନେ ହେମନ୍ତ କାଳରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସେମାନଙ୍କର ଦୁଇ ଥର ମୃତ୍ୟୁ ହୁଏ।


ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି।


ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ। କିନ୍ତୁ ମୁଁ ଆତ୍ମିକ ନୁହେଁ। ପାପର ଦାସ ଭଳି ମୁଁ ତା’ ପାଖରେ ବିକ୍ରି ହୋଇ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।


ଯଦି ଅନ୍ୟମାନଙ୍କର ତୁମ୍ଭଠାରେ ଏହି ଦାବୀ ଅଛି, ତେବେ ଆମ୍ଭର କ’ଣ ଏଥିରେ ଅଧିକ ଦାବୀ ନାହିଁ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରୟୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଗ୍ଭର କାର୍ଯ୍ୟ କାଳେ ବାଧାପ୍ରାପ୍ତ ହେବ, ଏଥିପାଇଁ ଆମ୍ଭେ ସହ୍ୟ କରିଅଛୁ।


ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।”


ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶୟନ କରେ ଓ ତା'ର କାର୍ଯ୍ୟ ସ୍ଖଳନ ଘଟେ, ତେବେ ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।


Swiv nou:

Piblisite


Piblisite