Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 5:5 - ପବିତ୍ର ବାଇବଲ

5 ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଏହି ଲୋକକୁ ଶୟତାନ ହସ୍ତରେ ସମର୍ପଣ କରିଦିଅ, ଯଦ୍ଦ୍ୱାରା ତା'ର ପାପର ଶରୀର ନଷ୍ଟ ହୋଇଯିବ। ତା'ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନରେ ରକ୍ଷା ପାଇ ପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ।

Gade chapit la Kopi

ଓଡିଆ ବାଇବେଲ

5 ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ଷମତା ବଳରେ ସେହି ବ୍ୟକ୍ତିକୁ ତା’ର ଶରୀରର ବିନାଶ ନିମନ୍ତେ ଶୟତାନ ହସ୍ତରେ ସମର୍ପଣ କରିଦିଅ। ତା’ହେଲେ, ହୁଏତ, ପ୍ରଭୁଙ୍କ ଆଗମନ ଦିନରେ ତା’ର ଆତ୍ମା ରକ୍ଷା ପାଇପାରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ।

Gade chapit la Kopi




୧ କରିନ୍ଥୀୟ 5:5
23 Referans Kwoze  

ହୁମନାୟ ଓ ଆଲେକ୍‌ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।


ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦେବ।”


ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।


ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।


ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।


ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ।


ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ। ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ। ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ।’”


ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।


ତୁମ୍ଭେ ତାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।


ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର। କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ।


ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ।


ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।


ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।


ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି: ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ। ତାହାଙ୍କରହିଁ ସେବା କର!


“କୃଷକ ତା'ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ,


ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।


ମାତ୍ର ଯଦି ଯାଜକ ଦେଖିବ, ସେଥିରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ ତେବେ ଯାଜକ ତାହାକୁ ସାତ ଦିନ ପୃଥକ କରି ରଖିବ।


Swiv nou:

Piblisite


Piblisite