Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:8 - ପବିତ୍ର ବାଇବଲ

8 ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା'ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଇତିମଧ୍ୟରେ ତୁମ୍ଭେମାନେ କଅଣ ପରିତୃପ୍ତ ହୋଇ ଗଲଣି? ଇତିମଧ୍ୟରେ ତୁମ୍ଭେମାନେ କଅଣ ଧନବାନ ହୋଇଗଲଣି? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ଵ କରି ପାରିଥାଆନ୍ତୁ।

Gade chapit la Kopi

ଓଡିଆ ବାଇବେଲ

8 ଇତିମଧ୍ୟରେ ତୁମ୍ଭେମାନେ କ'ଣ ପରିତୃପ୍ତ ହୋଇଗଲଣି ? ଇତିମଧ୍ୟରେ ତୁମ୍ଭେମାନେ କ'ଣ ଧନବାନ ହୋଇଗଲଣି ? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରି ପାରିଥାଆନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ତୁମର ଆବଶ୍ୟକୀୟ ସମସ୍ତ ବିଷୟ ପାଇ ସାରିଛ କି? ତୁମେ କ’ଣ ଧନବାନ ହୋଇସାରିଛ? ତୁମେ କ’ଣ ଜଣେ ଜଣେ ରାଜା ହୋଇ ଯାଇଛ (ଯଦିଚ ଆମେ ହୋଇପାରି ନାହୁଁ)? ସତରେ, ତୁମ୍ଭେମାନେ ରାଜା ହୋଇ ତୁମର ସେହି ରାଜପଦର ଅଂଶୀ ହୋଇ ଥାଆନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଇତିମଧ୍ୟରେ ତୁମ୍ଭେମାନେ କଅଣ ପରିତୃପ୍ତ ହୋଇଗଲଣି? ଇତିମଧ୍ୟରେ ତୁମ୍ଭେମାନେ କଅଣ ଧନବାନ ହୋଇଗଲଣି? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିପାରିଥାଆନ୍ତୁ।

Gade chapit la Kopi




୧ କରିନ୍ଥୀୟ 4:8
27 Referans Kwoze  

ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ୟ ସ୍ୱରୂପ, ଓ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯାଜକଗଣ କରିଅଛ। ସେମାନେ ଏ ପୃଥିବୀ ଉପରେ ରାଜତ୍ୱ କରିବେ।”


ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ।


ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ।


ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ, “ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।”


ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ।


ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।


ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭେମାନେ ଭୋକିଲା ହେବ। ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।


କେହି କେହି ଆପଣାକୁ ଧନୀ ବୋଲି ପରିଚୟ ଦିଅନ୍ତି। କିନ୍ତୁ ତା'ର କିଛି ନ ଥାଏ, ମାତ୍ର କେତେକଙ୍କର ଧନ ଥାଇ ମଧ୍ୟ ସେମାନେ ଦରିଦ୍ର ପରି ଆଚରଣ କରନ୍ତି।


ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।


ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।


ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ।


ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ।


ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ।


ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।”


ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟକୁ ଏହା କହିଲେ, “ଆମେନ୍! ସଦାପ୍ରଭୁ ସେପରି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।


ସେମାନେ ମଧ୍ୟ ନିଜକୁ ଭାବନ୍ତି ଯେ ସେମାନେ ଅତି କର୍ମଠ ଓ ବୁଦ୍ଧିମାନ।


ବୃଷ୍ଟିହୀନ ମେଘ ଓ ବାୟୁ ଯେପରି ଅଟେ, ଦାନ ଦେବା ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦେବା ହେଉଛି ଠିକ୍ ସେହିପରି।


ମୋଶା ଉତ୍ତର ଦେଲେ, “ତୁମ୍ଭେ ମୋ’ ସକାଶୁ କ’ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ୟ‌ଦ୍‌ବାଣୀ କରିବା ପାଇଁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ।”


ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ।


Swiv nou:

Piblisite


Piblisite