Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:21 - ପବିତ୍ର ବାଇବଲ

21 ତୁମ୍ଭେମାନେ କ’ଣ ଗ୍ଭହଁ: ମୁଁ ତୁମ୍ଭମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି, ନା ପ୍ରେମ ଓ କୋମଳତା ସହ ଆସିବି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତୁମ୍ଭମାନଙ୍କର ଇଚ୍ଛା କଅଣ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଯିବି ନା ପ୍ରେମ ଘେନି ଓ ମୃଦୁତାର ଆତ୍ମା ଘେନି ଯିବି?

Gade chapit la Kopi

ଓଡିଆ ବାଇବେଲ

21 ତୁମ୍ଭମାନଙ୍କର ଇଚ୍ଛା କ'ଣ ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଯିବି ନା ପ୍ରେମ ଘେନି ଓ ମୃଦୁତାର ଆତ୍ମା ଘେନିଯିବି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ତୁମେ କଅଣ ଚାହଁ? ମୁଁ କ’ଣ ତୁମ୍ଭମାନଙ୍କୁ ଶାସନ କରିବା ପାଇଁ ଚାବୁକ ନେଇ ଯିବି? - ନା, ପ୍ରେମ ଓ ମୃଦୁ ମନୋଭାବ ନେଇ ଯିବି?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତୁମ୍ଭମାନଙ୍କର ଇଚ୍ଛା କଅଣ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଆସିବି ନା ପ୍ରେମ ଓ ମୃଦୁତାର ଆତ୍ମା ଘେନି ଆସିବି?

Gade chapit la Kopi




୧ କରିନ୍ଥୀୟ 4:21
16 Referans Kwoze  

ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦେଇଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂରରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦେବି।


ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ।


ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।


ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ।


ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି।


କିନ୍ତୁ ପରମେଶ୍ୱରଙ୍କଠାରୁ ଆସିଥିବା “ଜ୍ଞାନ” ଏହିପରି: ପ୍ରଥମରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟରେ ପଡ଼ିଛନ୍ତି, ଏହି ଜ୍ଞାନ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।


ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।


ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ।


ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି।


ପୁରାତନ ସେବାରେ ମହିମା ଥିଲା, କିନ୍ତୁ ଅଧିକ ମହିମାଯୁକ୍ତ ନୂତନ ସେବା ସହିତ ତୁଳନା କଲେ, ସେହି ପ୍ରଥମ ମହିମା କିଛି ନୁହେଁ।


ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଏହି ଲୋକକୁ ଶୟତାନ ହସ୍ତରେ ସମର୍ପଣ କରିଦିଅ, ଯଦ୍ଦ୍ୱାରା ତା'ର ପାପର ଶରୀର ନଷ୍ଟ ହୋଇଯିବ। ତା'ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନରେ ରକ୍ଷା ପାଇ ପାରିବ।


ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ।


ମୁଁ ତୀତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତୀତସ କ’ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି? ନା! ତୁମ୍ଭେମାନେ ଜାଣ ଯେ ତୀତସ ଓ ମୁଁ ଦୁହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହରେ କାମ କରିଛୁ। ସେହି ପବିତ୍ରଆତ୍ମାର ପ୍ରେରଣରେ ଆମ୍ଭେ ଦୁହେଁ କାମ କରିଥିଲୁ।


ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ।


Swiv nou:

Piblisite


Piblisite