Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 2:16 - ପବିତ୍ର ବାଇବଲ

16 ଶାସ୍ତ୍ର କୁହେ: “ପ୍ରଭୁଙ୍କ ମନ କିଏ ଜାଣି ଅଛି? କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।

Gade chapit la Kopi

ଓଡିଆ ବାଇବେଲ

16 କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଧର୍ମଶାସ୍ତ୍ରରେ ଯେପରି ଉଲ୍ଲେଖ ଅଛି: “କିଏ ଈଶ୍ୱରଙ୍କ ମନୋଭାବ ବୁଝିପାରେ? କିଏ ତାଙ୍କୁ ପରାମର୍ଶ ଦେଇପାରେ?” ସେ ଯାହାହେଉ, ଆମେ ଖ୍ରୀଷ୍ଟଙ୍କ ମନୋଭାବ ଗ୍ରହଣ କରିଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।

Gade chapit la Kopi




୧ କରିନ୍ଥୀୟ 2:16
12 Referans Kwoze  

କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ: “ପ୍ରଭୁଙ୍କର ମନକୁ କିଏ ଜାଣିଛି? କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?”


ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା'ର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।


ତୁମ୍ଭେ ପରମେଶ୍ୱରଙ୍କ ଗୋପନ ଯୋଜନା ବିଷୟରେ କିଛି ଜାଣ କି? ତୁମ୍ଭେ କ’ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ?


ମାତ୍ର କୌଣସି ଭବିଷ୍ୟ‌ଦ୍‌ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ। କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।


“ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସହିତ ଯୁକ୍ତି କରୁଛ। ଆମ୍ଭେ ଭୁଲ୍ କରିଛୁ ବୋଲି ତୁମ୍ଭେ ବିଗ୍ଭର କରିଛ, କ’ଣ ସ୍ୱୀକାର କରିବ ଯେ ତୁମ୍ଭେ ଭୁଲ୍ କରିଛ ବୋଲି, ତୁମ୍ଭେ ମୋତେ ଉତ୍ତର ଦିଅ।”


“ପରମେଶ୍ୱର କ’ଣ ଆମ୍ଭର ସାହାଯ୍ୟ ଆବଶ୍ୟକ କରନ୍ତି? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଦରକାରୀ ନୁହେଁ।


ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ବୀଜୋଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସବୀଜ ଫଳଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି।


Swiv nou:

Piblisite


Piblisite