Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 2:10 - ପବିତ୍ର ବାଇବଲ

10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି। ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କିନ୍ତୁ ଈଶ୍ଵର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ଵାରା ସେସମସ୍ତ ପ୍ରକାଶ କରିଅଛନ୍ତି; ଯେଣୁ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ଵରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

10 କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 କିନ୍ତୁ ଈଶ୍ୱର ତାଙ୍କ ଆତ୍ମାଙ୍କ ଦ୍ୱାରା ଉକ୍ତ ଗୁପ୍ତ ବିଷୟ ଆମ୍ଭମାନଙ୍କୁ ଜଣାଇଛନ୍ତି। ସେହି ପରମାତ୍ମା ହିଁ ଈଶ୍ୱରଙ୍କ ଗଭୀରତମ ପରିକଳ୍ପନାସବୁର ସନ୍ଧାନ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କିନ୍ତୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ବରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି।

Gade chapit la Kopi




୧ କରିନ୍ଥୀୟ 2:10
27 Referans Kwoze  

କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।


ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ୟ ବିଷୟରେ କୁହାଯାଇ ନ ଥିଲା। କିନ୍ତୁ ପରମେଶ୍ୱର ଏବେ ନିଜର ପବିତ୍ର ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ନିକଟରେ ପବିତ୍ରଆତ୍ମାଙ୍କ ମାଧ୍ୟମରେ ସେହି ଗୁପ୍ତ ସତ୍ୟଟି ପ୍ରକାଶ କରିଛନ୍ତି।


ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ।


ପରମେଶ୍ୱର ମୋ’ ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମୋତେ ଯାହା ଦେଖାଇଛନ୍ତି, ସେ ବିଷୟରେ ମୁଁ ଅଳ୍ପ କିଛି ଲେଖି ସାରିଛି।


ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।


ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି।


ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ।


କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ।


ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।


ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର।


କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା'ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ?


ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ।


ପରମେଶ୍ୱର ଅନ୍ଧକାରର ଗୂଢ଼ ରହସ୍ୟକୁ ଜାଣନ୍ତି। ସେ ମୃତ୍ୟୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦେଇ ପାରନ୍ତି।


ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ।


ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା'ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍।


ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ।


ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି। ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ। ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି।


ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ୟରୁ ଆମ୍ଭେ ଗୋପନରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସେଠାରେ ଅଛୁ।” ପୁଣି “ଏବେ ମୋର ପ୍ରଭୁ ସଦାପ୍ରଭୁ ମୋତେ ଓ ତାଙ୍କର ଆତ୍ମାକୁ ପ୍ରେରଣ କରିଛନ୍ତି।


ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟରେ ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ଯୀଶୁଙ୍କୁ ଏସବୁ ଦେଇଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦେଖାଇବା ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପଠାଇଲେ।


ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”


ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।


“କିନ୍ତୁ ଥୁୟତୀରାର ଯେଉଁ ଅବଶିଷ୍ଟ ଲୋକେ ତା'ର ଶିକ୍ଷା ଅନୁସରଣ କରି ନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୁଢ଼ତତ୍ତ୍ୱ ଗ୍ରହଣ କରି ନାହାନ୍ତି, “ମୁଁ ସେମାନଙ୍କୁ ଏହା କହୁଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ।


Swiv nou:

Piblisite


Piblisite