Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 16:6 - ପବିତ୍ର ବାଇବଲ

6 ସେତେବେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମୋ’ ଯାତ୍ରାରେ, ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ସାହାଯ୍ୟ କରି ପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ, ହୋଇ ପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ଵା ଶୀତକାଳ ମଧ୍ୟ ଯାପନ କରିବି, ଯେପରି ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ।

Gade chapit la Kopi

ଓଡିଆ ବାଇବେଲ

6 ଆଉ, ହୋଇ ପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେତେବେଳେ ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ମୁଁ ବୋଧହୁଏ, ତୁମ୍ଭମାନଙ୍କ ସହିତ କିଛି ଦିନ ରହିବି, ହୁଏତ ଶୀତ କାଳ କଟାଇବି। ତା’ପରେ ଯେଉଁଠିକୁ ଯିବା ପାଇଁ ଚାହିଁବି, ତୁମ୍ଭେମାନେ ମୋତେ ସେଠାକୁ ଯିବା ପାଇଁ ସାହାଯ୍ୟ କରି ପାରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ, ହୋଇପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେତେବେଳେ ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ।

Gade chapit la Kopi




୧ କରିନ୍ଥୀୟ 16:6
11 Referans Kwoze  

ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ।


ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ।


ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି।


ମାକିଦନିଆ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖିବା ପାଇଁ ଯୋଜନା କଲି। ମାକିଦନିଆରୁ ଫେରିଲା ବେଳେ ମଧ୍ୟ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ଦେଶକୁ ପ୍ରସ୍ଥାନ କରିବି।


ଅତଏବ ତୀମଥିଙ୍କୁ କେହି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମୋ’ ପାଖରେ ଆସି ପହଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ଯିବାରେ ସାହାଯ୍ୟ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫେରିବା ବାଟକୁ ଗ୍ଭହିଁ ବସିଛି।


ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀ‌କ୍‌‌ସ୍‌ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀ‌କ୍‌ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀ‌କ୍‌ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।


ସମୟ ପୁରିଗଲା ପରେ ଆମ୍ଭେ ସେଠାରୁ ବିଦାୟ ନେଲୁ। ସେତେବେଳେ ସେମାନେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲୁ।


ସେମାନେ ତାହାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା। ସେମାନେ ସମସ୍ତେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।


ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା'ପରେ ସେମାନେ ଫେରିଗଲେ।


Swiv nou:

Piblisite


Piblisite