Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 16:12 - ପବିତ୍ର ବାଇବଲ

12 ଆପଲ୍ଲ ଭାଇଙ୍କ ବିଷୟରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୁଁ ତାହାକୁ ବହୁତ ଅନୁରୋଧ କଲି କିନ୍ତୁ ଏବେ ଯିବା ପାଇଁ ସେ ଆଦୌ ଗ୍ଭହୁଁ ନାହାନ୍ତି। କିନ୍ତୁ ଯେତେବେଳେ ସୁଯୋଗ ହେବ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ଵନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ।

Gade chapit la Kopi

ଓଡିଆ ବାଇବେଲ

12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଭାଇ ଆପୋଲଙ୍କ ସମ୍ପର୍କରେ କହୁଅଛି ଯେ, ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁବାର ଉତ୍ସାହିତ କରିଅଛି। କିନ୍ତୁ ବର୍ତ୍ତମାନ ଯିବା ପାଇଁ ସେ କୌଣସି ପ୍ରକାରେ ରାଜି ନୁହନ୍ତି। ପରେ ସୁଯୋଗ ପାଇଲେ, ସେ ନିଶ୍ଚୟ ତୁମ୍ଭମାନଙ୍କ ପାଖକୁ ଯିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାହାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ।

Gade chapit la Kopi




୧ କରିନ୍ଥୀୟ 16:12
12 Referans Kwoze  

ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!”


ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ।


କିନ୍ତୁ ଯେତେବେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଦୟା ଓ ପ୍ରେମ ପ୍ରକାଶିତ ହେଲା, ସେତେବଳେ ସେ ନିଜ କୃପା ଦ୍ୱାରା ଆମ୍ଭକୁ ରକ୍ଷା କଲେ।


ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର।


ଆପଲ୍ଲ ନାମକ ଜଣେ ଯିହୂଦୀୟ ସେଠାରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେ‌କ୍‌ଜାଣ୍ଡ୍ରିୟା। ସେ ଏଫିସ ନଗରକୁ ଆସିଲେ। ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା।


କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀ‌କ୍‌ସ୍ ଭୟଭୀତ ହୋଇଗଲେ। ଫେଲୀ‌କ୍‌ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।”


କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି।


ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।


ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା'ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ।


ଓକିଲ ଜୀନା ଓ ଆପଲ୍ଲ ସେଠାରୁ ଆସୁଛନ୍ତି। ସେମାନଙ୍କ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ୟ ସାହାଯ୍ୟ କର। ତୁମ୍ଭେ ସତର୍କ ହୁଅ ଯେ ସେମାନଙ୍କର କୌଣସି ଅଭାବ ନ ଘଟୁ।


Swiv nou:

Piblisite


Piblisite