Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 16:10 - ପବିତ୍ର ବାଇବଲ

10 ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ସେ ଯେପରି ସ୍ୱଚ୍ଛନ୍ଦରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋଯୋଗୀ ହୁଅ। ମୋ’ ଭଳି ସେ ମଧ୍ୟ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,

Gade chapit la Kopi

ଓଡିଆ ବାଇବେଲ

10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,

Gade chapit la Kopi




୧ କରିନ୍ଥୀୟ 16:10
11 Referans Kwoze  

ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।


ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।


ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।


ମୋର ସହକାରୀ ତୀମଥି ଓ ମୋର ସ୍ୱଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।


ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।


ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ।


ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ପାଉଲଙ୍କର ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାରେ ମୁଁ ଜଣେ ପ୍ରେରିତ ହୋଇଛି। ଆମ୍ଭ ଭାଇ ତୀମଥି ମଧ୍ୟ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି। କରିନ୍ଥୀଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ ଓ ସମଗ୍ର ଆଖାୟା ପ୍ରଦେଶର ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିକଟକୁ ପତ୍ର।


ଅତଏବ ତୀମଥିଙ୍କୁ କେହି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମୋ’ ପାଖରେ ଆସି ପହଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ଯିବାରେ ସାହାଯ୍ୟ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫେରିବା ବାଟକୁ ଗ୍ଭହିଁ ବସିଛି।


ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ।


ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।


Swiv nou:

Piblisite


Piblisite