Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 15:9 - ପବିତ୍ର ବାଇବଲ

9 ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କାରଣ ଈଶ୍ଵରଙ୍କ ମଣ୍ତଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ।

Gade chapit la Kopi

ଓଡିଆ ବାଇବେଲ

9 କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ନିକୃଷ୍ଟ, ଏପରି କି ପ୍ରେରିତ ନାମର ଯୋଗ୍ୟ ନୁହେଁ, କାରଣ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ନିର୍ଯ୍ୟାତିତ କରିଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କାରଣ ଈଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ।

Gade chapit la Kopi




୧ କରିନ୍ଥୀୟ 15:9
12 Referans Kwoze  

ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ'ଠାରୁ ଅଧିକ ମଧ୍ୟ ନୁହନ୍ତି।


ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।”


ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍‌‌ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ'ଠାରେ କୌଣସି ଦୋଷ ପାଇ ନ ଥିଲେ।


ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି।


ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ'ଠାରୁ କୌଣସି ଗୁଣରେ ଅଧିକ।


ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ।


Swiv nou:

Piblisite


Piblisite