୧ କରିନ୍ଥୀୟ 15:4 - ପବିତ୍ର ବାଇବଲ4 ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)4 ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ; Gade chapit laଓଡିଆ ବାଇବେଲ4 ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ; Gade chapit laପବିତ୍ର ବାଇବଲ (CL) NT (BSI)4 ସମାଧିସ୍ଥ ହେଲେ ଓ ତୃତୀୟ ଦିନରେ ଉତ୍ଥିତ ହେଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ; Gade chapit la |
ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!
ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁତ୍ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା।
ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟଦ୍ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା'ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟଦ୍ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।