Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 15:10 - ପବିତ୍ର ବାଇବଲ

10 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ଵରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋʼ ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋʼ ସହିତ ଥିବା ଈଶ୍ଵରଙ୍କ ଅନୁଗ୍ରହ ତାହା କରିଅଛି।

Gade chapit la Kopi

ଓଡିଆ ବାଇବେଲ

10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋ' ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋ' ସହିତ ଥିବା ଈଶ୍ୱରଙ୍କ ଅନୁଗ୍ରହ ତାହା କରିଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ବରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋʼ ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋʼ ସହିତ ଥିବା ଈଶ୍ବରଙ୍କ ଅନୁଗ୍ରହ ତାହା କରିଅଛି।

Gade chapit la Kopi




୧ କରିନ୍ଥୀୟ 15:10
25 Referans Kwoze  

ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।


ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି।


ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।


ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ।


ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।


ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ'ଠାରୁ ଅଧିକ ମଧ୍ୟ ନୁହନ୍ତି।


ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ।


କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା'ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।


ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।


ତା'ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ।


ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।


ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ।


ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍।


ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ।


ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠୋର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠାରେ ତୁମ୍ଭକୁ ନେତୃତ୍ୱ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମ୍ଭେ ନିବେଦନ କରୁଛୁ।


ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।


ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା।


Swiv nou:

Piblisite


Piblisite