Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 14:4 - ପବିତ୍ର ବାଇବଲ

4 ଯେଉଁ ଲୋକକୁ ବିଭିନ୍ନ ଭାଷାରେ କହିବା ଶକ୍ତି ପ୍ରାପ୍ତ ହୋଇଛି, ସେ ନିଜକୁ ନିଷ୍ଠା ଜନ୍ମାଏ; କିନ୍ତୁ ଯେଉଁ ଲୋକ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ତଳୀର ନିଷ୍ଠା ଜନ୍ମାଏ।

Gade chapit la Kopi

ଓଡିଆ ବାଇବେଲ

4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଯେ ଅଲୌକିକ ଭାଷାରେ କଥା କହେ, ସେ କେବଳ ନିଜ ପାଇଁ ତାହା କରେ; କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ସମସ୍ତ ମଣ୍ଡଳୀକୁ ସାହାଯ୍ୟ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।

Gade chapit la Kopi




୧ କରିନ୍ଥୀୟ 14:4
12 Referans Kwoze  

ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ।


ତା'ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।


ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା'ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ।


ତୁମ୍ଭପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।


ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ।


କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ।


ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ'ଠାରେ ପ୍ରେମ ନାହିଁ, ତା'ହେଲେ ମୁଁ କିଛି ନୁହେଁ।


ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା।


ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।


ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍‌‌ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା'ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି।


ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ'ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ।


Swiv nou:

Piblisite


Piblisite