୧ କରିନ୍ଥୀୟ 14:3 - ପବିତ୍ର ବାଇବଲ3 କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ। Gade chapit laପବିତ୍ର ବାଇବଲ (Re-edited) - (BSI)3 କିନ୍ତୁଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ଵନାଜନକ କଥା କହେ। Gade chapit laଓଡିଆ ବାଇବେଲ3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ । Gade chapit laପବିତ୍ର ବାଇବଲ (CL) NT (BSI)3 କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରେ, ସେ ତାହା ଲୋକମାନଙ୍କୁ କହେ, ତଦ୍ଦ୍ୱାରା ସେମାନଙ୍କୁ ସାହାଯ୍ୟ, ଉତ୍ସାହ ଓ ସାନ୍ତ୍ୱନା ଦେଇଥାଏ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ। Gade chapit la |
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ।
ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା'ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା'ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ।