Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 14:2 - ପବିତ୍ର ବାଇବଲ

2 ମୁଁ ବୁଝାଇ କହୁଛି: ଯେଉଁ ଲୋକ ବିଭିନ୍ନ ଭାଷାରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତରେ ମନୁଷ୍ୟର ସହିତ ନୁହେଁ ବରଂ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରେ। କେହିହେଲେ ତା'କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ୱାରା ନିଗୂଢ଼ ବିଷୟ କହେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ଵରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ଵାରା ନିଗୂଢ଼ ବିଷୟ କହେ।

Gade chapit la Kopi

ଓଡିଆ ବାଇବେଲ

2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଯେ ଅଲୌକିକ ଭାଷାରେ କଥା କହେ, ସେ ମନୁଷ୍ୟ ସହିତ କଥା କହେ ନାହିଁ - ଈଶ୍ୱରଙ୍କ ଉଦ୍ଦେଶ୍ୟରେ କହେ। ତା’ କଥା କେହି ବୁଝି ପାରନ୍ତି ନାହିଁ। ସେ ଆତ୍ମାଙ୍କ ଶକ୍ତିରେ ନିଗୂଢ଼ ତଥ୍ୟସବୁ କହେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।

Gade chapit la Kopi




୧ କରିନ୍ଥୀୟ 14:2
33 Referans Kwoze  

ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା'ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ।


ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟ‌ଦ୍‌ବାଣୀ କହିବାକୁ ଲାଗିଲେ।


ସେମାନଙ୍କ ଭିନ୍ନଭିନ୍ନ ଭାଷାରେ କଥା ହେବା ଓ ପରମେଶ୍ୱରଙ୍କୁ ପ୍ରଶଂସା କରିବାର ମଧ୍ୟ ଶୁଣିଲେ।


ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ'ଠାରେ ପ୍ରେମ ନାହିଁ, ତା'ହେଲେ ମୁଁ କିଛି ନୁହେଁ।


କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି। ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି।


କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”


ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।


ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ।


ମୁଁ ଇଚ୍ଛା କରେ ଯେ ସେମାନେ ପ୍ରେମରେ ବାନ୍ଧି ହୋଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ୟ ଇଚ୍ଛା କରେ ଯେ ସେମାନେ ବୋଧଶକ୍ତି ଦ୍ୱାରା ପ୍ରାପ୍ତ ଦୃଢ଼ ବିଶ୍ୱାସରେ ଧନୀ ହୁଅନ୍ତୁ। ମୋର ଇଚ୍ଛା ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ୟ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ।


ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ।


କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା।


କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ।


ପରମେଶ୍ୱର ହିଁ ତୁମ୍ଭକୁ ଦୃଢ଼ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ଼ ଦେବା ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସେହି ସତ୍ୟ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।


ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ। କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ।


ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି।


ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ।


ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।


“ସଦାପ୍ରଭୁ ତୁମ୍ଭ ପାଇଁ ଦୂରରୁ ଅନ୍ୟ ଏକ ଜାତି ଆଣିବେ, ତୁମ୍ଭ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ। ତୁମ୍ଭେ ସେମାନଙ୍କର ଭାଷା ବୁଝିପାରିବ ନାହିଁ। ସେମାନେ ଖୁବ୍ ଶୀଘ୍ର ଆସିବେ। ଯେପରି ଆକାଶରୁ ବାଜପକ୍ଷୀ ଓହ୍ଲାଇଲା ପରି।


ଯୋଷେଫ ସେମାନଙ୍କ ସହିତ ବ୍ୟାଖ୍ୟାକାର ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଯୋଷେଫ ସେମାନଙ୍କ କଥା ବୁଝି ପାରୁଥିଲେ ବୋଲି ସେମାନେ ଜାଣି ପାରି ନ ଥିଲେ।


ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”


ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ?


ତା'ପରେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍, ଶିବନ ଓ ଯୋୟାହ ରବ୍‌ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭେମାନେ ତାହା ବୁଝୁଅଛୁ। କିନ୍ତୁ ଆପଣ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।”


ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।


ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍‌‌ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା'ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି।


ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ'ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ।


ତା'ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।


Swiv nou:

Piblisite


Piblisite