Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 14:1 - ପବିତ୍ର ବାଇବଲ

1 ପ୍ରେମର ଅନୁସରଣ କର। ଆଧ୍ୟାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶେଷ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପ୍ରେମର ଅନୁସରଣ କର, ପୁଣି ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହି ପାର, ଏଥିନିମନ୍ତେ ଏକା; ଚେଷ୍ଟା କର।

Gade chapit la Kopi

ଓଡିଆ ବାଇବେଲ

1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥି ନିମନ୍ତେ ଏକାନ୍ତ ଚେଷ୍ଟା କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।

Gade chapit la Kopi




୧ କରିନ୍ଥୀୟ 14:1
29 Referans Kwoze  

ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍‌‌ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ।


ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା'ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ।


ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟ‌‌ଦ୍‌‌‌‌ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା।


ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି।


ଅତଏବ ବିଶ୍ୱାସ, ଭରସା ଓ ପ୍ରେମ ସ୍ଥାୟୀ ଅଟେ। ଉକ୍ତ ତିନୋଟି ମଧ୍ୟରୁ ପ୍ରେମ ହେଉଛି ସର୍ବୋତ୍କୃଷ୍ଟ।


ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନେକର ନାହିଁ।


ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି।


କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।


ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ୟାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା'ହେଲେ ସେ ବୁଝି ପାରିବା ଉଚିତ୍ ଯେ, ମୁଁ ଯାହାକିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ।


“ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲ, ତାହା ପ୍ରତି ଦୃଷ୍ଟିପାତ କର।


ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି।


କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଆତ୍ମାଙ୍କ ଶ୍ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍। ଏବେ ମୁଁ ସମସ୍ତ ମାର୍ଗ ଅପେକ୍ଷା ଅତି ଉତ୍ତମ ମାର୍ଗ ଦେଖାଇବି।


ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚା‌‌‌ତ୍‌‌‌ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ।


ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।


ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର।


ଏହିଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା'ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ। ଯଦି କାହାକୁ ଭବିଷ୍ୟ‌ଦ୍‌ବାଣୀର ଦାନ ମିଳିଛି, ତା'ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟ‌ଦ୍‌ବାଣୀ କରୁ।


ଯୁବକମାନେ ଯେଉଁସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସେଗୁଡ଼ିକରୁ ଦୂରରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ୱାସ, ପ୍ରେମ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସେମାନଙ୍କ ସହିତ ମିଶି ଉକ୍ତ ଆଚରଣ କର।


ତା'ହେଲେ ଏସବୁର ଅର୍ଥ କ’ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ହେବା ପାଇଁ ଯତ୍ନ ଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ।


ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା।


ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ।


ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ'ଠାରେ ପ୍ରେମ ନାହିଁ, ତା'ହେଲେ ମୁଁ କିଛି ନୁହେଁ।


ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ।


Swiv nou:

Piblisite


Piblisite