Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 12:6 - ପବିତ୍ର ବାଇବଲ

6 ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ଵର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ୱର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 କାର୍ଯ୍ୟ କରିବାର ଶକ୍ତି ବିଭିନ୍ନ ଧରଣର, କିନ୍ତୁ ଏକ ଈଶ୍ୱର ସେହିସବୁ ଶକ୍ତି ଯୋଗାଇ ଥାଆନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ବର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି।

Gade chapit la Kopi




୧ କରିନ୍ଥୀୟ 12:6
12 Referans Kwoze  

ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।


ତେଣୁ ଗଛ ଲଗେଇଥିବା ବା ପାଣି ଦେଇଥିବା କେହି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ୱର କେବଳ ପ୍ରଧାନ ଅଟନ୍ତି।


କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, “ମୋର ପିତା ସର୍ବଦା କାର୍ଯ୍ୟରତ, ଅତଏବ ମୁଁ ମଧ୍ୟ କାର୍ଯ୍ୟ କରେ।”


ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।


ପରମେଶ୍ୱର ଜଣେ ଓ ସେ ହେଉଛନ୍ତି ପ୍ରତ୍ୟେକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ୱାମୀ ଅଟନ୍ତି। ସେ ସବୁଠାରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି।


ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।


ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।


ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତାରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ୟ ପରମେଶ୍ୱରଙ୍କ ବଶୀଭୂତ ହେବେ। ଯେଉଁ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସେହି ଖ୍ରୀଷ୍ଟ ପରମେଶ୍ୱରଙ୍କ ବଶୀଭୂତ ହେବେ ଓ ଏହିଭଳି ପ୍ରତ୍ୟେକ ବିଷୟ ଉପରେ ପରମେଶ୍ୱର ଶାସନ ପ୍ରତିଷ୍ଠିତ କରିବେ।


“ପରମେଶ୍ୱର ଏ କଥା ବାରମ୍ବାର ସେହି ଲୋକ ପାଇଁ କରନ୍ତି।


ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି।


Swiv nou:

Piblisite


Piblisite