Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 10:9 - ପବିତ୍ର ବାଇବଲ

9 ସେମାନଙ୍କ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସେମାନେ ସାପ କାମୁଡ଼ାରେ ମଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ଵାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ।

Gade chapit la Kopi

ଓଡିଆ ବାଇବେଲ

9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ।

Gade chapit la Kopi




୧ କରିନ୍ଥୀୟ 10:9
11 Referans Kwoze  

ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ, ଯାହା ସେମାନେ ଇଚ୍ଛା କରିଥିଲେ।


ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?


ତେଣୁ ଲୋକମାନେ ମୋଶାଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ। “ଆମ୍ଭକୁ ପିଇବାକୁ ପାଣି ଦିଅ।” ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ କାହିଁକି କଳି କରୁଛ? ତୁମ୍ଭେମାନେ ସଦାପ୍ରଭୁଙ୍କୁ କାହିଁକି ପରୀକ୍ଷା କରୁଛ?”


କିନ୍ତୁ ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସେମାନେ ପରମେଶ୍ୱରଙ୍କର ବାକ୍ୟ ପାଳନ କଲେ ନାହିଁ।


“ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ।


ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।


ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ। ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।


Swiv nou:

Piblisite


Piblisite