Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 10:11 - ପବିତ୍ର ବାଇବଲ

11 ସେମାନଙ୍କ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ୱରୂପ। ସମସ୍ତ ପ୍ରାଚୀନ ଇତିହାସରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚେତନା ଦେବା ଉଦ୍ଦେଶ୍ୟରେ ଲେଖା ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏହିସମସ୍ତ ଦୃଷ୍ଟାନ୍ତ ସ୍ଵରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗା; କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି।

Gade chapit la Kopi

ଓଡିଆ ବାଇବେଲ

11 ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖାଯାଇଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ସେମାନଙ୍କ ପାଇଁ ଏ ସବୁ ଘଟଣା ଅନ୍ୟମାନଙ୍କର ଦୃଷ୍ଟାନ୍ତ ସ୍ୱରୂପ ଘଟିଥିଲା ଏବଂ ଆମକୁ ସତର୍କ କରାଇବା ନିମନ୍ତେ ସେଗୁଡ଼ିକ ଲିଖିତ। କାରଣ ପ୍ରାୟ ଯୁଗାନ୍ତ ସମୟରେ ଆମେ ବାସ କରୁଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି।

Gade chapit la Kopi




୧ କରିନ୍ଥୀୟ 10:11
17 Referans Kwoze  

ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ।


ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ।


ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି।


ଏହା ନିଶ୍ଚିତ ଯେ ଆମ୍ଭ ବିଷୟରେ ମଧ୍ୟ ଲେଖାଯାଇଛି। କାରଣ ହଳ କରୁଥିବା ଓ ଶସ୍ୟ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହେତୁ, ପାଇବେ ବୋଲି ଆଶା କରିଥା’ନ୍ତି।


ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।


ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା।


କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।


ଆଜି ଅଳ୍ପ ସମୟରେ, “ଯାହାଙ୍କ ଆସିବା କଥା ସେ ଆସିବେ, ତାହାଙ୍କର ଡେରି ହେବ ନାହିଁ।


ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ।


ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।


ଏବଂ ଯେତେବେଳେ ଆମ୍ଭେ କ୍ରୋଧରେ ଏବଂ କ୍ରୋଧ ଭର୍ତ୍ସନାରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା, ତୁମ୍ଭମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ଯ୍ୟର ଏକ ବିସ୍ମୟର ବିଷୟ ହେବ। କିନ୍ତୁ ସେମାନେ ମଧ୍ୟ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ।


ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ ‌‌କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।


“ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ।


‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍।


ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ।


ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ।


ତେଣୁ ସେହି ରାତିରେ ସେ ଦୁହେଁ ମିଶି ତାଙ୍କର ପିତାଙ୍କୁ ମଦ୍ୟପାନ କରାଇଲେ। ତା'ପରେ ତାଙ୍କର ସାନ ଝିଅ ଯାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କ ଝିଅ କେତେବେଳେ ଆସି କେତେବେଳେ ସହବାସ କରି ଯାଇଛି ସେ ଜାଣିପାରି ନ ଥିଲେ।


Swiv nou:

Piblisite


Piblisite