୧ କରିନ୍ଥୀୟ 1:8 - ପବିତ୍ର ବାଇବଲ8 ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। Gade chapit laପବିତ୍ର ବାଇବଲ (Re-edited) - (BSI)8 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ। Gade chapit laଓଡିଆ ବାଇବେଲ8 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ । Gade chapit laପବିତ୍ର ବାଇବଲ (CL) NT (BSI)8 ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ। Gade chapit la |
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ।
ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟଦ୍ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି।