୧ କରିନ୍ଥୀୟ 1:18 - ପବିତ୍ର ବାଇବଲ18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। Gade chapit laପବିତ୍ର ବାଇବଲ (Re-edited) - (BSI)18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ଵରଙ୍କ ଶକ୍ତି ଅଟେ। Gade chapit laଓଡିଆ ବାଇବେଲ18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ । Gade chapit laପବିତ୍ର ବାଇବଲ (CL) NT (BSI)18 ବିନଷ୍ଟ ହେବାକୁ ଯାଉଥିବା ଲୋକମାନଙ୍କ ପାଇଁ କ୍ରୁଶର ବାର୍ତ୍ତା ନିର୍ବୋଧତା। କିନ୍ତୁ ଆମ୍ଭମାନଙ୍କ ପରି ପରିତ୍ରାଣପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ଈଶ୍ୱରଙ୍କ ଶକ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ। Gade chapit la |
ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ।
ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ।
ତେଣୁ କେତେକ ଏପିକୂରୀୟ ଓ ସ୍ତୋୟିକ ଦାର୍ଶନିକମାନେ ତାହାଙ୍କ ସହିତ ଯୁକ୍ତିତର୍କ କଲେ। ସେମାନଙ୍କ ଭିତରୁ କେତେକ କହିଲେ, “ଏ ଲୋକଟି କ’ଣ କହୁଛି ତାହା ସେ ଜାଣେ ନାହିଁ?” ପାଉଲ ସେମାନଙ୍କୁ ଯୀଶୁଙ୍କ ମୃତ୍ୟୁରୁ ପୁନରୁତ୍ଥାନ ସୁସମାଗ୍ଭର ସମ୍ବନ୍ଧରେ କହୁଥିଲେ। ଅନ୍ୟମାନେ କହିଲେ, “ଦେଖ, ଏ ଲୋକଟି କୌଣସି ବିଦେଶୀ ଦେବାଦେବୀଙ୍କ ବିଷୟରେ କହୁଛି। ସେମାନେ ଏପରି କହିଲେ, କାରଣ ପାଉଲ ଯୀଶୁ ଓ ତାହାଙ୍କର ମୃତ୍ୟୁରୁ ପୁନର୍ଜୀବିତ ହୋଇ ଉଠିବା କଥା ପ୍ରଗ୍ଭର କରୁଥିଲେ।”
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।