Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 1:11 - ପବିତ୍ର ବାଇବଲ

11 ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ଵନ୍ଧରେ ମୋʼ ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି।

Gade chapit la Kopi

ଓଡିଆ ବାଇବେଲ

11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋ' ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଏକ ଚିନ୍ତା ଓ ଏକ ଲକ୍ଷ୍ୟ ନେଇ ଏକତାବଦ୍ଧ ହୁଅ। ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ରହିଛି ବୋଲି ଖୁୟୀଙ୍କ ପରିବାରର କେତେକ ମୋତେ ଜଣାଇଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋʼ ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି।

Gade chapit la Kopi




୧ କରିନ୍ଥୀୟ 1:11
19 Referans Kwoze  

ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସେହି ଲୋକ ଶବ୍ଦର ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାଏ ଓ ସେ ବାଗ୍‌‌ଯୁଦ୍ଧ କରେ। ଏଗୁଡ଼ିକ ଦ୍ୱାରା କଳି, ଈର୍ଷା, ଅପମାନ ଓ ସନ୍ଦେହ ଆସିଥାଏ।


ଆମ୍ଭେ ବୃଥାଭିମାନୀ ହେବା ନାହିଁ। ଏକଆରେକକୁ ଅସୁବିଧାରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।


ତୁମ୍ଭେମାନେ ଆତ୍ମିକ ଜୀବନରେ ଏବେ ମଧ୍ୟ ଶିଶୁ ଭଳି ଅଛ। ତୁମ୍ଭେମାନେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧ୍ୟରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭେମାନେ ଏବେ ମଧ୍ୟ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ।


ମୂର୍ଖର କଥା ବିବାଦରେ ପ୍ରବର୍ତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।


ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,


ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା'ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ।


ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ।


ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି।


ଏହା ହେଉଛି ଯାକୁବଙ୍କ ପରିବାରର ଇତିହାସ। ଯୋଷେଫଙ୍କୁ ଯେତେବେଳେ ସତରବର୍ଷ ହୋଇଥିଲା, ସେ ମେଣ୍ଢା ଓ ଛେଳି ଚରାଉଥିଲେ। ଯୋଷେଫ ଏହି କାର୍ଯ୍ୟ ତାଙ୍କ ଭାଇମାନଙ୍କ ସହିତ କରୁଥିଲେ। ସେ ତାଙ୍କ ପିତାଙ୍କ ସ୍ତ୍ରୀ ବିଲହା ଓ ସିଳ୍ପାର ପୁତ୍ରମାନଙ୍କର ସାହାଯ୍ୟକାରୀ ଥିଲେ। ଯୋଷେଫ ତାଙ୍କର ପିତାଙ୍କୁ ଭାଇମାନଙ୍କର କୁକର୍ମ ବିଷୟରେ ସବୁ ଜଣାଉଥିଲେ।


କିନ୍ତୁ ସେହି ବାକ୍ୟଗୁଡ଼ିକ ରିବିକାକୁ ଶୁଣା ଯାଇଥିଲା। ଏଷୌ ଯାକୁବକୁ ହତ୍ୟା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡାକି କହିଲେ, “ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି।


ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର।


ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ।


ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।


ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!”


ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ।


Swiv nou:

Piblisite


Piblisite