Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 9:26 - ପବିତ୍ର ବାଇବଲ

26 ସମସ୍ତ ଦ୍ୱାରପାଳମାନଙ୍କର ମୁଖ୍ୟ ଗ୍ଭରି ଦ୍ୱାରପାଳ ଥିଲେ। ସେମାନେ ଲେବୀୟ ଲୋକ ଥିଲେ। ସେମାନଙ୍କର କାର୍ଯ୍ୟ ଥିଲା, ପରମେଶ୍ୱରଙ୍କ ମନ୍ଦିରରେ ଥିବା ସକଳ କୋଠରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ଵାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ଵରଙ୍କ ଗୃହର କୋଠରି ଓ ଭଣ୍ତାରସମୂହର ଅଧ୍ୟକ୍ଷ ଥିଲେ।

Gade chapit la Kopi

ଓଡିଆ ବାଇବେଲ

26 କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାର ସମୂହର ଅଧ୍ୟକ୍ଷ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାରସମୂହର ଅଧ୍ୟକ୍ଷ ଥିଲେ।

Gade chapit la Kopi




1 ବଂଶାବଳୀ 9:26
9 Referans Kwoze  

ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା।


ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”


ଦ୍ୱାରପାଳମାନଙ୍କର ଯେଉଁ ଆତ୍ମୀୟମାନେ ଛୋଟ ସହରଗୁଡ଼ିକରେ ବାସ କରୁଥିଲେ, ସେମାନଙ୍କୁ ଆସି କେତେକ ନିର୍ଦ୍ଦିଷ୍ଟ ସମୟରେ ସାହାଯ୍ୟ କରିବାକୁ ପଡ଼ୁଥିଲା। ସେମାନେ ଆସୁଥିଲେ ଓ ପ୍ରତ୍ୟେକ ଥର ଦ୍ୱାରପାଳମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ସାହାଯ୍ୟ କରୁଥିଲେ।


ସେମାନେ ସାରା ରାତ୍ରି ପରମେଶ୍ୱରଙ୍କ ମନ୍ଦିରକୁ ଜଗି ରହୁଥିଲେ। ଆଉ ପ୍ରତିଦିନ ପ୍ରଭାତରେ ପରମେଶ୍ୱରଙ୍କ ମନ୍ଦିରର ଦ୍ୱାର ଖୋଲିବା ସେମାନଙ୍କର କାର୍ଯ୍ୟ ଥିଲା।


“ହେ ଯିରିମିୟ, ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”


ତା'ପରେ ସେ ମୋତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରି‌‌ଶ୍‌‌ଟି କୋଠରୀ ଥିଲା।


Swiv nou:

Piblisite


Piblisite