Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 9:18 - ପବିତ୍ର ବାଇବଲ

18 ଏହି ଲୋକମାନେ ପୂର୍ବଦିଗରେ ରାଜାଙ୍କ ଦ୍ୱାରର ପରବର୍ତ୍ତୀ ପାର୍ଶ୍ୱରେ ଛିଡ଼ା ହେଉଥିଲେ। ଲେବୀଙ୍କ ପରିବାରବର୍ଗର ଏହିମାନେ ଦ୍ୱାରପାଳ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ଵାରରେ ରହିଲେ ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ଵାରପାଳ।

Gade chapit la Kopi

ଓଡିଆ ବାଇବେଲ

18 ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।

Gade chapit la Kopi




1 ବଂଶାବଳୀ 9:18
11 Referans Kwoze  

ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ “ଶଲୋମନଙ୍କ ମଣ୍ଡପ”ରେ ସେମାନଙ୍କ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହେଉଅଛ?


ପୁଣି ସେ ଯାଜକ ସେନାପତିମାନଙ୍କୁ, କରୀୟମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଗ୍ଭଲିଲେ। ସେମାନେ ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ତା'ପରେ ଯୋୟାଶ ସିଂହାସନ ଉପରେ ଉପବିଷ୍ଟ ହେଲେ।


ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’


ଯିରୁଶାଲମରେ ଏହି ଦ୍ୱାରପାଳମାନେ ବାସ କରୁଥିଲେ: ଶଲ୍ଲୁମ, ଅ‌କ୍‌କୂବ୍, ଟଲମୋନ୍, ଅହୀମାନ ଓ ସେମାନଙ୍କର ଆତ୍ମୀୟବର୍ଗ। ଶଲ୍ଲୁମ୍ ସେମାନଙ୍କର ମୁଖ୍ୟ ଥିଲେ।


ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ ଅବୀୟାସ‌ଫଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ୱାରପାଳ ଥିଲେ। ସେମାନେ କୋରହ ପରିବାରବର୍ଗର ଥିଲେ। ସେମାନେ ମନ୍ଦିରର ସେବାକାର୍ଯ୍ୟ ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁର ଦ୍ୱାର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। ସେମାନେ ଠିକ୍ ସେହିପରି କଲେ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ।


ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯି‌ଗ୍‌ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।


ତା'ପରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫେରାଇ ଆଣିଲେ।


ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ।


Swiv nou:

Piblisite


Piblisite