Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 7:22 - ପବିତ୍ର ବାଇବଲ

22 ଇଫ୍ରୟିମ, ଏତ୍‌ସର ଓ ଇଲିୟାଦର ପିତା ଥିଲେ। ଏତ୍‌ସର ଓ ଇଲିୟାଦଙ୍କର ମୃତ୍ୟୁ ଘଟିବାରୁ ଇଫ୍ରୟିମ ଅନେକ ଦିନ ପର୍ଯ୍ୟନ୍ତ କ୍ରନ୍ଦନ କଲେ। ଇଫ୍ରୟିମଙ୍କର ପରିବାର ତାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ଵନା କରିବାକୁ ଆସିଲେ।

Gade chapit la Kopi

ଓଡିଆ ବାଇବେଲ

22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।

Gade chapit la Kopi




1 ବଂଶାବଳୀ 7:22
6 Referans Kwoze  

ଆୟୁବର ତିନି ଜଣ ବନ୍ଧୁ ଥିଲେ। ସେମାନେ ହେଲେ ତୈମନୀୟ ଇଲୀଫସ୍, ଶୂହୀୟ ବି‌‌ଲ୍‌‌ଦଦ୍ ଓ ନାମାଥୀୟ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସେହି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରିତ ହେଲେ। ସେମାନେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବାକୁ ମନସ୍ଥ କଲେ।


ଏହା ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶେଷ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶୋକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ଯ୍ୟନ୍ତ ପୁତ୍ର ପାଇଁ ଶୋକ କଲେ।


ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।


ଇଲିୟାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍‌ଙ୍କର ପୁତ୍ର ଥିଲେ ସାବଦ୍। ସାବ‌ଦ୍‌ଙ୍କ ପୁତ୍ର ଥିଲେ ଶୁଥେଲହ। ଗାଥ୍ ନଗରରେ ବଢ଼ିଥିବା କେତେକ ଲୋକ ଏତ୍‌ସର ଓ ଇଲିୟାଦକୁ ବଧ କଲେ। ଏତ୍‌ସର ଓ ଇଲିୟାଦ ଏହି ଲୋକମାନଙ୍କର ଗୋ’ପଲ ଓ ମେଷପଲ ଚରାଇବା ନିମନ୍ତେ ଗା‌ଥ୍‌କୁ ଯାଇଥିବାରୁ ଏହିପରି ଘଟିଲା।


ଏହା ପରେ, ଇଫ୍ରୟିମ ତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରୟିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରୟିମ ଏହି ନବଜାତ ପୁତ୍ରର ନାମ ବରୀୟ ଦେଲେ, କାରଣ ତାଙ୍କର ପରିବାରରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଥିଲା।


ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।


Swiv nou:

Piblisite


Piblisite