1 ବଂଶାବଳୀ 6:15 - ପବିତ୍ର ବାଇବଲ15 ସଦାପ୍ରଭୁ ଯେତେବେଳେ ଯିହୁଦା ଓ ଯିରୁଶାଲମକୁ ନିର୍ବାସିତ କଲେ, ଯିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗଲେ। ସଦାପ୍ରଭୁ ନବୂଖଦ୍ନିତ୍ସରଙ୍କ ଦ୍ୱାରା ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ନିର୍ବାସନରେ ପଠାଇଲେ। Gade chapit laପବିତ୍ର ବାଇବଲ (Re-edited) - (BSI)15 ପୁଣି ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ଵାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋସାଦକ୍ ବନ୍ଦୀ ହୋଇ ଗଲା। Gade chapit laଓଡିଆ ବାଇବେଲ15 ପୁଣି, ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇ ଗଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ପୁଣି, ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇଗଲା। Gade chapit la |
ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟଦ୍ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।
ତା'ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।