Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 5:6 - ପବିତ୍ର ବାଇବଲ

6 ବେରା ବା‌ଲ୍‌ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗ୍ଲତ୍ ପି‌ଲ୍‌ନେଷର ବେରାଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନେଇ ଗଲେ। ତେଣୁ ବେରା ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବେରା ରୁବେ‌ନଙ୍କ ଗୋଷ୍ଠୀୟର ମୁଖ୍ୟ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତାହାର ପୁତ୍ର ବେରା, ଏହାକୁ ଅଶୂର-ରାଜା ତିଗ୍ଲତ୍-ପିଲେଷର ବନ୍ଦୀ କରି ନେଇଗଲା; ଏ ରୁବେନୀୟମାନଙ୍କର ଅଧିପତି ଥିଲା।

Gade chapit la Kopi

ଓଡିଆ ବାଇବେଲ

6 ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।

Gade chapit la Kopi




1 ବଂଶାବଳୀ 5:6
6 Referans Kwoze  

ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂ‌ଲ୍‌ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପି‌ଲ୍‌ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂ‌ଲ୍‌ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି।


ଅଶୂରୀୟ ରାଜା ତି‌ଲ୍‌ଗତ-ପି‌ଲ୍‌ନେଷର ଆସିଲେ ଓ ଆହସ୍ ରାଜାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଷ୍ଟ ଦେଲେ।


ଅଶୂରର ରାଜା ଆହସ୍ ତିଗ୍ଲତ-ପିଲେଷର ନିକଟକୁ ଦୂତ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ୟ। ଦୟାକରି ଏଠାକୁ ଆସ ଓ ମୋତେ ଅରାମର ରାଜା ଓ ଇସ୍ରାଏଲର ରାଜାଙ୍କ ଆକ୍ରମଣରୁ ରକ୍ଷା କର।”


ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।


ମୀଖା ଶିମିୟିଙ୍କ ପୁତ୍ର, ରାୟା ମିଖାଙ୍କ ପୁତ୍ର। ବା‌ଲ୍‌ ରାୟାଙ୍କ ପୁତ୍ର।


ପରିବାରର ଇତିହାସରେ ଯେଉଁପରି ଲେଖା ଯାଇଅଛି, ଠିକ୍ ସେହିପରି ଯୋୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ଯାଇଅଛି। ଯିୟିୟେଲ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିୟ।


Swiv nou:

Piblisite


Piblisite