Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 5:1 - ପବିତ୍ର ବାଇବଲ

1-3 ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେ‌ନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା। ରୁବେ‌ନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇସ୍ରାଏଲର ପ୍ରଥମଜାତ ରୁବେନ୍ର ସନ୍ତାନଗଣର କଥା, ରୁବେନ୍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶର୍ଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଗଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।

Gade chapit la Kopi




1 ବଂଶାବଳୀ 5:1
23 Referans Kwoze  

ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ବାରଟି ପୁତ୍ର ଥିଲେ।


ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।”


ଏହିମାନେ ମରାରି ବଂଶର ଦ୍ୱାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହୋଇଥିଲେ। ଦ୍ୱାରପାଳମାନେ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ସିମ୍ରି ଜ୍ୟେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ।


ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ: ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ।


ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,


ଇସ୍ରାଏଲଙ୍କର ପୁତ୍ରମାନେ ଥିଲେ ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ


ଦିନେ ଯିହୁଦା ପରିବାରବର୍ଗଠାରୁ କିଛି ଲୋକ ଗି‌ଲ୍‌ଗ‌ଲ୍‌ରେ ଥିବା ଯିହୋଶୂୟଙ୍କ ନିକଟକୁ ଗଲେ। ସେହି ଲୋକମାନଙ୍କ ମଧ୍ୟରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀୟ ଯିଫୁନ୍ନିର ପୁତ୍ର ଥିଲା। କାଲେବ୍ ଯିହୋଶୂୟଙ୍କୁ କହିଲେ, “ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ୱର କାଦେଶ ବର୍ଣ୍ଣେୟରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସେବକ ମୋଶାଙ୍କୁ କହିଥିଲେ ଯାହା ତୁମ୍ଭ ବିଷୟରେ ଓ ମୋ’ ବିଷୟ।


“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକୁ ଅନାବରଣ କରିଥାଏ।” “ଏଥିରେ ସମସ୍ତେ କହିବେ, ‘ଆମେନ୍।’


ମାତ୍ର ସେ ଅପ୍ରିୟର ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବଶ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜ୍ୟେଷ୍ଠ ଅଧିକାର ତା'ର ଅଟେ।


ରୁବେନ୍ ଇସ୍ରାଏଲର ପ୍ରଥମ ପୁତ୍ର। ରୁବେ‌ନ୍‌ର ପୁତ୍ରଗଣ ଓ ଗୋଷ୍ଠୀଗୁଡ଼ିକ ହେଲେ, ହନୋକରୁ ହନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।


ଲେବୀର ଏକ ବଂଶଧର କୋରହ, କୋରହ ଯି‌ଷ୍‌ହରର ପୁତ୍ର, ତା'ର ପିତା କହାତ ଏବଂ ରୁବେ‌ନ୍‌ର ତିନି ଜଣ ମଧ୍ୟରୁ ଦାଥନ ଓ ଅବୀରାମ, ଇଲିୟାବର ଦୁଇ ପୁତ୍ର ପେଲତର ପୁତ୍ର ଓନ୍।


ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି; ଯଥା: ରୁବେନ୍ ପରିବାରବର୍ଗର ଶଦେୟରର ପୁତ୍ର ଇଲୀଷୂର।


ଯଦି କୌଣସି ବ୍ୟକ୍ତି ତା'ର ପିତୃ ଭାର୍ଯ୍ୟା ସହିତ ଦୈହୀକ ସମ୍ପର୍କ ରଖେ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ୟୁଦଣ୍ଡ ପାଇବେ। ସେମାନେ ନିଜର ଅପରାଧ ପାଇଁ ଦାୟୀ ରହିବେ। ସେହି ସ୍ତ୍ରୀ ତା'ର ପିତାର ଅଟେ।


ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ଯ୍ୟା ସହିତ ଦୈହିକ ସମ୍ପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମା ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହେବ।


ମିଶର ଦେଶକୁ ଆଗତ ଇସ୍ରାଏଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ପ୍ରଥମଜାତ ରୁବେନ୍ ଥିଲା।


ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ। ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।”


କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।


କିନ୍ତୁ ଯାକୁବ କହିଲେ, “ଆଜି ତୁମ୍ଭେ ମୋତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରୟ କର।”


ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶରରେ ମୋର ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶି ମୋ’ ନିଜର ପୁତ୍ର ପରି। ସେମାନେ ରୁବେନ୍ ଓ ଶିମିୟୋନଙ୍କ ପରି ମୋ’ ପାଇଁ ଅଟନ୍ତି।


ଯୋଷେଫ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦୁଇପୁତ୍ର ତାଙ୍କର ଶିଙ୍ଗ ସଦୃଶ। ସେମାନେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶେଷ ସୀମାକୁ ସେମାନଙ୍କୁ ତଡ଼ି ଦେବେ। ସେମାନେ ମନଃଶିର ହଜାର ହଜାର ଲୋକପରି, ଇଫ୍ରୟିମଙ୍କ ଦଶହଜାର ଲୋକଙ୍କ ତୁଲ୍ୟ।”


Swiv nou:

Piblisite


Piblisite