Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 4:41 - ପବିତ୍ର ବାଇବଲ

41 ହିଜକିୟ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସେହି ଲୋକମାନେ ଗଦୋରକୁ ଆସିଲେ ଓ ହା‌‌ମଙ୍କ ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହମାତୀୟ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରିଦେଲେ। ସେହି ଲୋକମାନେ ସେଠାରେ ବାସ କରୁଥିବା ମିୟନୀୟ ଲୋକମାନଙ୍କ ସହିତ ମଧ୍ୟ ଯୁଦ୍ଧ କଲେ। ସେମାନେ ସମସ୍ତେ ମିୟନୀୟ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ୟ ସେଠାରେ କୌଣସି ମିୟନୀୟ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସେଠାରେ ବସବାସ କରିବାକୁ ଆରମ୍ଭ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।

Gade chapit la Kopi

ଓଡିଆ ବାଇବେଲ

41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, (ତାହା ଆଜି ପର୍ଯ୍ୟନ୍ତ ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, (ତାହା ଆଜି ପର୍ଯ୍ୟନ୍ତ ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।

Gade chapit la Kopi




1 ବଂଶାବଳୀ 4:41
13 Referans Kwoze  

ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,


ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।


ତୁମ୍ଭେମାନେ ମୋ’ ପାଖରେ କ୍ରନ୍ଦନ କଲ ଯେତେବେଳେ, ସୀଦୋନୀୟମାନେ, ଆମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କୁ ଅତ୍ୟାଗ୍ଭର କଲେ। ମୁଁ ମଧ୍ୟ ସେମାନଙ୍କଠାରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲି।


ବାଲ୍ ପରି କେତୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ୟ ଥିଲା। ଏହିସବୁ ସ୍ଥାନରେ ସେମାନେ ବାସ କରୁଥିଲେ। ଆହୁରି ମଧ୍ୟ ସେମାନେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ।


ପରମେଶ୍ୱର ସେମାନଙ୍କୁ ଯୁଦ୍ଧରେ ବିଜୟ ଲାଭ କରିବାକୁ ସାହାଯ୍ୟ କରିବାରୁ ଅନେକ ହାଗରୀୟ ଲୋକ ନିହତ ହେଲେ। ଏହା ପରେ ମନଃଶି, ରୁବେନ୍ ଓ ଗାଦ୍ ବଂଶଧରଗଣ ହାଗରୀୟ ଲୋକମାନଙ୍କର ଦେଶରେ ସେଠାରୁ ବାବିଲକୁ ନିର୍ବାସିତ ହେଲା ପର୍ଯ୍ୟନ୍ତ ବାସ କଲେ।


ପରେ ମୋୟାବୀୟ, ଅମ୍ମୋନୀୟ ଓ କେତେକ ଅମ୍ମୋନୀୟ ଲୋକ ଯିହୋଶାଫ‌ଟଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ।


ପରମେଶ୍ୱର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହରରେ ବାସ କରୁଥିବା ଆରବୀୟ ଓ ମିୟୂନିୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କଲେ।


ଯୋଥ‌‌ମଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିୟ। ହିଜକିୟଙ୍କ ପୁତ୍ର ଥିଲେ ମନଃଶି।


ଆସାଙ୍କ ସୈନ୍ୟଦଳ ମେଷ ପାଳକମାନଙ୍କର ଛାଉଣି ଉପରେ ମଧ୍ୟ ଆକ୍ରମଣ କଲେ। ସେମାନେ ଅନେକ ମେଷ ଓ ଓଟ ନେଇଗଲେ। ଏହା ପରେ ଆସାଙ୍କ ସୈନ୍ୟଦଳ ଯିରୁଶାଲମକୁ ଫେରିଗଲେ।


Swiv nou:

Piblisite


Piblisite