Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 4:21 - ପବିତ୍ର ବାଇବଲ

21 ଶେଲା ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲେକାର ପିତା ଏର ଓ ମାରେଶାଙ୍କର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବେୟରେ ଥିବା କାର୍ପାସ କାର୍ଯ୍ୟର କର୍ତ୍ତା ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;

Gade chapit la Kopi

ଓଡିଆ ବାଇବେଲ

21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର ଓ ମାରେଶାର ପିତା ଲାଦା, ଆଉ ବେଥ୍-ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର ଓ ମାରେଶାର ପିତା ଲାଦା, ଆଉ ବେଥ୍-ଅସବେୟର ବଂଶଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;

Gade chapit la Kopi




1 ବଂଶାବଳୀ 4:21
10 Referans Kwoze  

ଏହା ପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲା ଏବଂ ତା'ର ନାମ ଦେଲେ ଶେଲା। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବରେ ଥିଲା।


ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍‌ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ।


ଯିହୁଦାର ପୁତ୍ର, ଏର, ଓନନ୍, ଶେଲା, ପେରସ୍ ଓ ସେରହ। କିନ୍ତୁ ଏର ଏବଂ ଓନନ୍ କିଣାନ ଦେଶରେ ମରିଥିଲେ, ପେରସର ପୁତ୍ର ହିଷ୍ରୋନ୍ ଓ ହାମୂଲ ଥିଲେ।


ବାଋକର ପୁତ୍ର ମାସେୟ, ବାଋ‌‌‌କ୍‌‌‌କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବର ପୁତ୍ର, ଯୋୟାରୀବ୍ ଜିଖରିୟର ପୁତ୍ର ଥିଲା। ଜିଖରିୟ ଶୀଲୋନିୟମାନଙ୍କର ଭବିଷ୍ୟଦ୍ ବଂଶଧର ଥିଲା।


ଯିରୁଶାଲମରେ ବାସ କରୁଥିବା ଶୀଲୋନୀୟ ଲୋକମାନେ ଥିଲେ, ଅସାୟ ଜ୍ୟେଷ୍ଠ ପୁତ୍ର ଥିଲେ ଓ ଅସାୟଙ୍କର ପୁତ୍ରମାନେ ଥିଲେ।


ଶିମୋନର ପୁତ୍ରମାନେ ଥିଲେ ଅମ୍ନୋନ୍, ରିଣ୍ଣ, ବି‌ନ୍‌ହାନନ ଓ ତୀଲୋନ। ଯିଶୟିଙ୍କ ପୁତ୍ରମାନେ ଥିଲେ: ସୋହେତ୍ ଓ ବି‌ନ୍‌ସୋହେତ୍।


ଯୋକୀମ ଏବଂ କୋଷେବାର ଲୋକେ, ଯୋୟାଶ ଓ ସାରଫ ମୋୟାବିୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ବୈଥଲେହିମକୁ ଫେରି ଯାଇଥିଲେ। ଏହି ଲେଖାଗୁଡ଼ିକ ଅତି ପ୍ରାଚୀନ ଅଟେ।


କିୟୀଲା, ଅ‌କ୍‌ଷୀବ, ମାରେଶା ଗ୍ରାମ ସମେତ ଏହିପରି ନଅ ଗୋଟି ନଗର ଥିଲା।


ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସେମାନେ ଅତ୍ୟନ୍ତ ଦୁଃଖିତ ହେବେ। କାରଣ ସେମାନେ ଯେଉଁ ଛଣପଟ ଶୁକ୍ଳବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ଯିବାରୁ ତାହା ଆଉ ଜନ୍ମିବ ନାହିଁ।


Swiv nou:

Piblisite


Piblisite