Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 3:19 - ପବିତ୍ର ବାଇବଲ

19 ପଦାୟଙ୍କର ପୁତ୍ରମାନେ ଥିଲେ ସରୁବ୍ବାବିଲ ଓ ଶିମିୟି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିୟ। ଶଲୋମୀତ ସେମାନଙ୍କର ଭଉଣୀ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପଦାୟର ପୁତ୍ର ସରୁବ୍ବାବିଲ୍ ଓ ଶିମୀୟି; ପୁଣି ସରୁବ୍ବାବିଲର ସନ୍ତାନ ମଶୁଲ୍ଲମ୍ ଓ ହନାନୀୟ ଓ ଶଲୋମୀତ୍ ସେମାନଙ୍କର ଭଗିନୀ ଥିଲା।

Gade chapit la Kopi

ଓଡିଆ ବାଇବେଲ

19 ପଦାୟର ପୁତ୍ର ଯିରୁବ୍ବାବିଲ୍‍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍‍ର ସନ୍ତାନ ମଶୁଲ୍ଲମ୍‍ ଓ ହନାନୀୟ ଓ ଶଲୋମୀତ୍‍ ସେମାନଙ୍କର ଭଗିନୀ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପଦାୟର ପୁତ୍ର ଯିରୁବ୍ବାବିଲ୍‍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍‍ର ସନ୍ତାନ ମଶୁଲ୍ଲମ୍‍ ଓ ହନାନୀୟ ଓ ଶଲୋମୀତ୍‍ ସେମାନଙ୍କର ଭଗିନୀ ଥିଲା।

Gade chapit la Kopi




1 ବଂଶାବଳୀ 3:19
10 Referans Kwoze  

ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ‌ବି‌‌‌ଲ୍‌‌ଶନ୍, ମିସ୍ପର, ବି‌‌‌ଗ୍‌ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା।


“ଏହି ବାର୍ତ୍ତା ଯିହୁଦାର ଦେଶାଧ୍ୟକ୍ଷ ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ।


ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।


ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ: ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା। ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।


କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ଯିରୁବ୍ବାବିଲର ସାହସ ଜଗାଅ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ, ତୁମ୍ଭେ ଜଣେ ମହାଯାଜକ ସାହସ ଜଗାଅ ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ।” ସଦାପ୍ରଭୁ କୁହନ୍ତି, “ଏହି କାର୍ଯ୍ୟ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।


ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟ‌ଦ୍‌ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।


ମ‌ଲ୍‌କୀରାମ୍, ପଦାୟ, ଶିନତ୍‌ସର, ଯିକମିୟ, ହୋଶାମା ଓ ନଦବିୟ।


ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ହଶୂବା, ଓହେଲ, ବେରିଖିୟ, ହସଦିୟ ଓ ଯୁଶବ ହେଷଦ୍।


Swiv nou:

Piblisite


Piblisite