Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 3:15 - ପବିତ୍ର ବାଇବଲ

15 ଯୋଶିୟଙ୍କ ପୁତ୍ରମାନଙ୍କର ତାଲିକା ଏହି: ପ୍ରଥମ ପୁତ୍ର ଯୋହାନନ୍, ଦ୍ୱିତୀୟ ପୁତ୍ର, ଯିହୋୟାକୀମ୍, ତୃତୀୟ ପୁତ୍ର ସିଦିକିୟ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍, ଦ୍ଵିତୀୟ ଯିହୋୟାକୀମ୍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍।

Gade chapit la Kopi

ଓଡିଆ ବାଇବେଲ

15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍।

Gade chapit la Kopi




1 ବଂଶାବଳୀ 3:15
13 Referans Kwoze  

ତହୁଁ ଫାରୋ-ନଖୋ ଯୋଶିୟଙ୍କର ପୁତ୍ର ଇଲିୟାକୀମ୍ ଯିଏ ଯୋଶିୟଙ୍କର ସ୍ଥାନରେ ନୂଆ ରାଜା ପଦରେ ଘୋଷଣା କଲେ, ସେ ତାଙ୍କର ନାମ ଯିହୋଯାକୀମ୍ ରଖିଲା। କିନ୍ତୁ ଯିହୋୟାହ‌ସଙ୍କୁ ସେ ମିଶରକୁ ନେଇଗଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହେଲା।


ଯିହୋୟାହସ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ତେଇଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ତିନି ମାସ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ।


ମନଃଶିଙ୍କ ପୁତ୍ର ଥିଲେ ଆମୋନ୍। ଆମୋ‌ନଙ୍କ ପୁତ୍ର ଥିଲେ ଯୋଶିୟ।


ଯିହୋୟାକୀ‌ମଙ୍କ ପୁତ୍ର ଥିଲେ ଯିହୋୟାଖୀନ୍, ତାଙ୍କର ପୁତ୍ର ଥିଲେ ସିଦିକିୟ।


ଯେତେବେଳେ ଯୋଶିୟଙ୍କ ପୁତ୍ର ଯିହୋୟାକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ସିଦିକିୟଙ୍କ ରାଜତ୍ୱର ଏକାଦଶ ବର୍ଷ ପଞ୍ଚମ ମାସରେ ଓ ଯିରୁଶାଲମକୁ ନିର୍ବାସିତ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ଯିରିମିୟଙ୍କୁ ଦେଲେ।


ଯେହେତୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶିୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷୟରେ ସଦାପ୍ରଭୁ ଏହା କହନ୍ତି, “ସେ ଆଉ ଯିରୁଶାଲମକୁ ଫେରିବ ନାହିଁ।


ଅନନ୍ତର ଯିହୋୟାକୀ‌‌‌ମ୍‌‌‌ର ପୁତ୍ର କନୀୟର ପଦରେ ଯୋଶିୟର ପୁତ୍ର ସିଦିକିୟ ରାଜା ହୋଇ ରାଜତ୍ୱ କଲା। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।


ପୁଣି ବାବିଲର ରାଜା ଯିହୋୟାଖୀ‌ନ୍‌ର ମାମୁଁ ମତ୍ତନିୟଙ୍କୁ ତାଙ୍କ ପଦରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିୟ ରଖିଲେ।


ଯିହୁଦାର ଲୋକମାନେ ଯିହୋୟାହ‌ସଙ୍କୁ ଯିରୁଶାଲମରେ ନୂତନ ରାଜା ରୂପେ ମନୋନୀତ କଲେ। ଯିହୋୟାହସ୍ ଯୋଶିୟଙ୍କ ପୁତ୍ର ଥିଲେ।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ! ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି ତାଙ୍କ ପାଇଁ ବିଳାପ କରିବେ ନାହିଁ। ‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’ ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।


“ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା।


ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ପ୍ରାରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।


Swiv nou:

Piblisite


Piblisite