1 ବଂଶାବଳୀ 29:3 - ପବିତ୍ର ବାଇବଲ3 ମୁଁ ମୋର ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଏକ ବିଶେଷ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମୋର ପରମେଶ୍ୱରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତରେ ଗ୍ଭହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି। Gade chapit laପବିତ୍ର ବାଇବଲ (Re-edited) - (BSI)3 ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋʼ ନିଜର ସୁନା ଓ ରୂପାର ଭଣ୍ତାର ଅଛି, ଆଉ ମୁଁ ମୋʼ ପରମେଶ୍ଵରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରି ଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ଵରଙ୍କ ଗୃହ ନିମନ୍ତେ ଦେଉଅଛି। Gade chapit laଓଡିଆ ବାଇବେଲ3 ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋ’ ନିଜର ସୁନା ଓ ରୂପାର ଭଣ୍ଡାର ଅଛି, ଆଉ ମୁଁ ମୋ’ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରି ଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋʼ ନିଜର ସୁନା ଓ ରୂପାର ଭଣ୍ଡାର ଅଛି, ଆଉ ମୁଁ ମୋʼ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରିଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି। Gade chapit la |
ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମୋର ସାଧ୍ୟମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦେଇଅଛି। ମୁଁ ରୌପ୍ୟରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରୌପ୍ୟ ଦେଇଅଛି। ମୁଁ ପିତ୍ତଳରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦେଇଅଛି। ମୁଁ ଲୌହର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦେଇଅଛି। ମୁଁ କାଠର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦେଇଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖୋଦନ କାର୍ଯ୍ୟ ପାଇଁ ଓ ଗୋମେଦକମଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ୟ ପ୍ରସ୍ତର ଓ ଶୁଭ୍ର ମାର୍ବଲ ପ୍ରସ୍ତର ଦେଇଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ମୁଁ ଏହି ପ୍ରକାର ଅନେକ ଅନେକ ସାମଗ୍ରୀ ଦେଇଅଛି।