Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 29:1 - ପବିତ୍ର ବାଇବଲ

1 ଏକତ୍ରିତ ହୋଇଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, “ପରମେଶ୍ୱର ମୋର ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶଲୋମନ ଅଳ୍ପବୟସ୍କ ଅଟେ ଓ ଏହି କାର୍ଯ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ଆବଶ୍ୟକ, ସେ ତାହା ଜାଣେ ନାହିଁ? କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଦାଉଦ ରାଜା ସମଗ୍ର ସମାଜକୁ କହିଲେ, ପରମେଶ୍ଵର ଆମ୍ଭ ପୁତ୍ର ଶଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି, ସେଣଏବେ ହେଁ ଅଳ୍ପବୟସ୍କ ଓ କୋମଳ, ପୁଣି କାର୍ଯ୍ୟ ଅତି ବଡ଼; କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ଵରଙ୍କ ପାଇଁ ଅଟେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଦାଉଦ ରାଜା ସମଗ୍ର ସମାଜକୁ କହିଲେ, “ପରମେଶ୍ୱର ଆମ୍ଭ ପୁତ୍ର ଶଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି, ସେ ଏବେ ମଧ୍ୟ ଅଳ୍ପ ବୟସ୍କ ଓ କୋମଳ, ପୁଣି, କାର୍ଯ୍ୟ ଅତି ବଡ଼; କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଦାଉଦ ରାଜା ସମଗ୍ର ସମାଜକୁ କହିଲେ, “ପରମେଶ୍ୱର ଆମ୍ଭ ପୁତ୍ର ଶଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି, ସେ ଏବେ ମଧ୍ୟ ଅଳ୍ପ ବୟସ୍କ ଓ କୋମଳ, ପୁଣି, କାର୍ଯ୍ୟ ଅତି ବଡ଼; କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।

Gade chapit la Kopi




1 ବଂଶାବଳୀ 29:1
17 Referans Kwoze  

ଦାଉଦ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମୋ’ ପୁଅ ଶଲୋମନ ଅଳ୍ପ ବୟସ୍କ ଅଟେ ଓ ଯେଉଁସବୁ ବିଷୟ ସେ ଜାଣିବା ଆବଶ୍ୟକ, ସେ ଏପର୍ଯ୍ୟନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହେବା ଆବଶ୍ୟକ। ତାହାର ବିଶାଳତା ଓ ସୌନ୍ଦର୍ଯ୍ୟ ସକାଶେ ତାହା ସମସ୍ତ ଦେଶରେ ବିଖ୍ୟାତ ହେବା ଆବଶ୍ୟକ, ସେଥିନିମନ୍ତେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।” ତେଣୁ ଦାଉଦ ତାଙ୍କର ମୃତ୍ୟୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କଲେ।


ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ।


ଏହା ପରେ ନିହାତି ଅଯୋଗ୍ୟ, ମନ୍ଦ ଲୋକମାନେ ଯାରବିୟାମର ସାଙ୍ଗୀ ହେଲେ। ଆଉ ଯାରବିୟାମ୍ ଓ ସେହି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିୟାମଙ୍କର ବିପକ୍ଷରେ ଉଠିଲେ। ରିହବିୟାମ୍ ଅଳ୍ପବୟସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିୟାମ୍, ଯାରବିୟାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।


ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି।


ଆଉ, ମୋର ପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ସାହାଯ୍ୟ କର। ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ୟ ହେବା ନିମନ୍ତେ ତାହାକୁ ସାହାଯ୍ୟ କର। ଶଲୋମନଙ୍କୁ ଏହି ସମସ୍ତ ବିଷୟ କରିବା ନିମନ୍ତେ ସାହାଯ୍ୟ କର ଓ ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥିରେ ତାହାକୁ ସାହାଯ୍ୟ କର।”


ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ର ସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।”


ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।”


ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।


ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।”


ସଦାପ୍ରଭୁ କହନ୍ତି, “ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ୱର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।


ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ।


ଇସ୍ରାଏଲ ମଧ୍ୟରେ ବାସ କରୁଥିବା ସମସ୍ତ ବିଦେଶୀୟମାନଙ୍କୁ ଏକତ୍ର ଠୁଳ ହେବା ନିମନ୍ତେ ଦାଉଦ ଆଦେଶ ଦେଲେ। ସେହି ବିଦେଶୀମାନଙ୍କ ମଧ୍ୟରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣରେ ବ୍ୟବହୃତ ହେବା ନିମନ୍ତେ ଉଦ୍ଧିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସେମାନଙ୍କର କାର୍ଯ୍ୟ ଥିଲା।


ଇସ୍ରାଏଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ 100 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ ବିଗ୍ଭରକର୍ତ୍ତା ଏବଂ ସମସ୍ତ ଇସ୍ରାଏଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ୟଙ୍କ ସହ କଥା ହେଲେ।


Swiv nou:

Piblisite


Piblisite