Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 28:2 - ପବିତ୍ର ବାଇବଲ

2 ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି।

Gade chapit la Kopi

ଓଡିଆ ବାଇବେଲ

2 ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, “ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, “ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି।

Gade chapit la Kopi




1 ବଂଶାବଳୀ 28:2
30 Referans Kwoze  

ସଦାପ୍ରଭୁ ଏହିକଥା କୁହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ?


ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର। ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।


ଦେଖ, ସଦାପ୍ରଭୁ କିପରି ଆପଣା କ୍ରୋଧରେ ସିୟୋନ କନ୍ୟାକୁ ମେଘାଚ୍ଛନ୍ନ କରିଛନ୍ତି। ସେ ଇସ୍ରାଏଲର ଗୌରବକୁ ସ୍ୱର୍ଗରୁ ପୃଥିବୀକୁ ନିକ୍ଷେପ କରିଛନ୍ତି। ପୁଣି ତାଙ୍କର କ୍ରୋଧର ଦିନରେ ତାଙ୍କର ପାଦପୀଠ ଇସ୍ରାଏଲକୁ ସ୍ମରଣ କରି ନାହାନ୍ତି।


‘ସ୍ୱର୍ଗ ମୋହର ସିଂହାସନ ପୃଥିବୀ ମୋହର ପାଦପୀଠ। ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?


ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।


ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି। ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।


“ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଅଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ୱର୍ଣ୍ଣ ଦେଇଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦେଇଅଛି। ମୁଁ ଏତେ ପରିମାଣରେ ପିତ୍ତଳ ଓ ଲୁହା ଦେଇଅଛି ଯେ, ତାହା ତୌଲ କରାଯାଇ ନ ପାରେ। ମୁଁ କାଠ ଓ ପ୍ରସ୍ତର ମଧ୍ୟ ଦେଇଅଛି। ଶଲୋମନ, ତୁମ୍ଭେ ସେଥିରେ ଆହୁରି ଯୋଗ କରିପାର।


ନିୟମ-ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧ୍ୟରେ ରଖାଯିବା ପରେ ଦାଉଦ ଏହି ବ୍ୟକ୍ତିମାନଙ୍କୁ ବାଦ୍ୟକାରୀ ରୂପେ ମନୋନୀତ କଲେ।


ତାଙ୍କର ହୃଦୟ ଅହଙ୍କାରି ହେବା ଉଚିତ୍ ନୁହଁ। ସେ ନିୟମରୁ ବିମୁଖ ହେବା ଉଚିତ୍ ନୁହଁ। ନିୟମକୁ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତେବେ ସେ ଓ ତା'ର ଭବିଷ୍ୟଦ୍ ବଂଶଧରମାନେ ଇସ୍ରାଏଲରେ ବହୁଦିନ ଧରି ରାଜତ୍ୱ କରିବେ।


ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭେମାନେ ଆପଣା ଭାତୃଗଣମାନଙ୍କ ମଧ୍ୟରୁ ଜଣକୁ ଆପଣା ଉପରେ ରାଜାଭାବେ ନିଯୁକ୍ତ କରିବ। ଯିଏ ତୁମ୍ଭର ଭାଇ ନୁହେଁ ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା ଭାବେ ମନୋନୀତ କରିବ ନାହିଁ।


ଯେତେବେଳେ ଯୋଷେଫ ସେଠାରେ ପହଞ୍ଚିଲେ ସେତେବେଳେ କେହି ଜଣେ ଯାକୁବଙ୍କୁ କହିଲେ, “ତୁମ୍ଭର ପୁତ୍ର ଯୋଷେଫ ତୁମ୍ଭକୁ ଦେଖିବାକୁ ଆସିଛନ୍ତି।” ଇସ୍ରାଏଲ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣାରେ ବସିଲେ।


“ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।


ପରମେଶ୍ୱର କହିଲେ, “ଯାଅ ଓ ଏହିସବୁ ବିଷୟ ମୋହର ଦାସ ଦାଉଦକୁ ଜଣାଅ; ସଦାପ୍ରଭୁ କହନ୍ତି, ‘ଦାଉଦ, ଆମ୍ଭେ ଯେଉଁ ଗୃହରେ ବାସ କରିବା, ସେହି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।


“ମୋର ପିତା ଦାଉଦ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଥିଲେ।


ଲିବାନୋ‌ନ୍‌ର ଗୌରବ ତୁମ୍ଭ ନିକଟକୁ ଆସିବ। ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନକୁ ସୁଶୋଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା।


ଏହା ପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡକାଇ ପଠାଇଲେ।


ଦାଉଦ ଶଲୋମନଙ୍କୁ କହିଲେ, “ମୋର ପୁତ୍ର, ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।


ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”


ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ, ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।


ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ।


ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା।


Swiv nou:

Piblisite


Piblisite