Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 28:11 - ପବିତ୍ର ବାଇବଲ

11 ଏହା ପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କୋଠରୀମାନ, ତାହାର ଭିତରର କୋଠରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ୟ ଏହି ଯୋଜନା ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ତାର ଓ ତହିଁ ଗୃହର ଓ ତହିଁ ଭଣ୍ତାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ;

Gade chapit la Kopi

ଓଡିଆ ବାଇବେଲ

11 ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ଡାର ଓ ତହିଁ ଗୃହର ଓ ତହିଁ ଭଣ୍ଡାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ଡାର ଓ ତହିଁ ଗୃହର ଓ ତହିଁ ଭଣ୍ଡାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ;

Gade chapit la Kopi




1 ବଂଶାବଳୀ 28:11
28 Referans Kwoze  

ଦାଉଦ କହିଲେ, “ସଦାପ୍ରଭୁ ମୋତେ ପରିଗ୍ଭଳନା ଦେବା ସହିତ ଏହି ସମସ୍ତ ଯୋଜନା ଲିଖିତ ହୋଇଅଛି। ସଦାପ୍ରଭୁ ମୋତେ ଏହି ଯୋଜନାରେ ଲିଖିତ ସମସ୍ତ ବିଷୟ ବୁଝିବାରେ ସାହାଯ୍ୟ କରିଅଛନ୍ତି।”


ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।


ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।”


ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”


ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି।


ପୁଣି ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଗ୍ଭଶ୍ ହାତ ଥିଲା।


“ହେ ଯିରିମିୟ, ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”


ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା।


ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।


ସେ ମଧ୍ୟ ମନ୍ଦିର ଗ୍ଭରିପଟେ କୋଠରୀ ନିର୍ମାଣର କାର୍ଯ୍ୟ ଶେଷ କଲେ। ପ୍ରତ୍ୟେକ ମହଲାର ଉଚ୍ଚତା ପାଞ୍ଚ ହାତ ଥିଲା। ଏରସ କାଠର କଡ଼ିକାଠଗୁଡ଼ିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।


ମୁଁ ପର୍ବତ ଉପରେ ଦେଖାଇଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।


ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସେହି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କୋଠରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧ୍ୟରେ ବ୍ୟବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ।


ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା ସେହି ଅନୁସାରେ ତୁମ୍ଭେମାନେ ସବୁ କରିବ।


Swiv nou:

Piblisite


Piblisite