Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 27:1 - ପବିତ୍ର ବାଇବଲ

1 ରାଜାଙ୍କ ସୈନ୍ୟବାହିନୀରେ ସେବାକାର୍ଯ୍ୟ କରୁଥିବା ଇସ୍ରାଏଲୀୟ ଲୋକଙ୍କର ତାଲିକା ଏହି। ପ୍ରତ୍ୟେକ ଦଳକୁ ପ୍ରତି ବର୍ଷର ଗୋଟିଏ ମାସ ନିମନ୍ତେ କାର୍ଯ୍ୟରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ୟାପଟେନ୍, ସେନାଧ୍ୟକ୍ଷ ଓ ପୋଲିସମାନେ ରାଜାଙ୍କର ସେବାକାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ସେନାଦଳରେ 24,000 ଲୋକ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍, ପିତୃବଂଶପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ ସନ୍ତାନଗଣ, ଅର୍ଥାତ୍‍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍‍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।

Gade chapit la Kopi




1 ବଂଶାବଳୀ 27:1
18 Referans Kwoze  

କିନ୍ତୁ ହେ ବୈ‌‌‌ଥ୍‌‌‌ଲେହମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହୋଇଅଛି।


ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।


ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।


ରାଜା ଶଲୋମନ ଆଦୋନୀରା‌ମ୍‌କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋ‌ନ୍‌ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ।


ପ୍ରତି ମାସ ସେହି ବାର ଜଣ ରାଜ୍ୟପାଳମାନଙ୍କ ମଧ୍ୟରୁ ଜଣେ ଶଲୋମନ ରାଜା ଦ୍ୱାରା ନିଯୁକ୍ତି ହେଲେ। ରାଜାଙ୍କର ସେହିମାନଙ୍କ ପାଇଁ ଯେଉଁମାନେ ଖାଇବା ଟେବୁ‌ଲ୍‌‌‌ରେ ଅଂଶ ନେଲେ, ସେମାନଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ସେମାନେ କିଛି ଊଣା ନ କରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗାଇଲେ।


ଶଲୋମନ ସମଗ୍ର ଇସ୍ରାଏଲକୁ ବାର ଭାଗରେ ବିଭକ୍ତ କରି ବାର ଜଣ ଦେଶାଧ୍ୟକ୍ଷଙ୍କୁ ନିଯୁକ୍ତ କଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗାଇଲେ। ପ୍ରତ୍ୟେକ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ।


“ଜଣେ ରାଜା ସୈନିକ ହେବା ପାଇଁ ତୁମ୍ଭ ପୁଅମାନଙ୍କୁ ଆଦେଶ ଦେବ। ସେ କେତେକଙ୍କୁ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ୍ ଜଣ ଲୋକ ମଧ୍ୟରେ ଅଧିକାରୀ ରୂପେ ନିଯୁକ୍ତ କରିବ। “ସେ ତୁମ୍ଭ ପୁଅମାନଙ୍କୁ ହଳ କରିବାକୁ, ଯୁଦ୍ଧାସ୍ତ୍ର ତିଆରି କରିବାକୁ ଏବଂ ଆପଣା ରଥ ସାଜସଜ୍ଜା ତିଆରି କରିବା ପାଇଁ ବାଧ୍ୟ କରିବ।


“ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।


ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ।


ଯିରିୟର ଆତ୍ମୀୟମାନେ ଦକ୍ଷ ଲୋକ ଥିଲେ ସେମାନଙ୍କ ମଧ୍ୟରୁ 2,700 ଜଣ ପରିବାରର ମୁଖ୍ୟ ଥିଲେ। ରାଜା ଦାଉଦ ସେମାନଙ୍କୁ ରୁବେନ୍ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ପରମେଶ୍ୱରଙ୍କ ସେବା ପାଇଁ ଏବଂ ରାଜାଙ୍କ କାର୍ଯ୍ୟର ଦାୟିତ୍ୱ ଦେଲେ।


ଯା‌ଶ୍‌ବିୟାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାୟିତ୍ୱରେ ଥିଲେ। ଯା‌ଶ୍‌ବିୟାମ ସ‌ବ୍‌ଦୀୟେଲଙ୍କ ପୁତ୍ର ଥିଲେ। ଯା‌ଶ୍‌ବିୟାମଙ୍କ ଦଳରେ 24,000 ଲୋକ ଥିଲେ।


ପରିବାରର ନେତାଗଣ, ଇସ୍ରାଏଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସେନାପତିଗଣ, ସେନାଧ୍ୟକ୍ଷଗଣ ଓ ରାଜାଙ୍କର କାର୍ଯ୍ୟନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସେମାନଙ୍କର ବହୁମୂଲ୍ୟ ବସ୍ତୁସବୁ ଦେଇ ଦେଲେ।


ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ।


ଦାଉଦ କହିଲେ ଏଗୁଡ଼ିକ ସେହି ସାହସୀ ବ୍ୟକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖୋମନୀୟ ଯାବେଶ୍ ବଶେବତ୍ ବିଶେଷତଃ ଦଳର ମୁଖ୍ୟ ଥିଲେ। ସେ ଏକ କାଳୀନ 800 ଲୋକକୁ ବର୍ଚ୍ଛାରେ ବଧ କରିଥିଲା।


ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା।


ଇସ୍ରାଏଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ 100 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ ବିଗ୍ଭରକର୍ତ୍ତା ଏବଂ ସମସ୍ତ ଇସ୍ରାଏଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ୟଙ୍କ ସହ କଥା ହେଲେ।


Swiv nou:

Piblisite


Piblisite