Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 26:32 - ପବିତ୍ର ବାଇବଲ

32 ଯିରିୟର ଆତ୍ମୀୟମାନେ ଦକ୍ଷ ଲୋକ ଥିଲେ ସେମାନଙ୍କ ମଧ୍ୟରୁ 2,700 ଜଣ ପରିବାରର ମୁଖ୍ୟ ଥିଲେ। ରାଜା ଦାଉଦ ସେମାନଙ୍କୁ ରୁବେନ୍ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ପରମେଶ୍ୱରଙ୍କ ସେବା ପାଇଁ ଏବଂ ରାଜାଙ୍କ କାର୍ଯ୍ୟର ଦାୟିତ୍ୱ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶ-ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ଵରଙ୍କ ସମ୍ଵନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟ-ମାନଙ୍କ ଓ ମନଃଶିର ଅର୍ଦ୍ଧବଂଶ ଉପରେ ନିଯୁକ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।

Gade chapit la Kopi




1 ବଂଶାବଳୀ 26:32
7 Referans Kwoze  

“ଅମରିୟ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସେ ତୁମ୍ଭମାନଙ୍କର ମାଲିକ ହେବେ। ଆଉ ରାଜାଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସବଦିୟ ତୁମ୍ଭମାନଙ୍କର ମାଲିକ ହେବେ। ସବଦିୟଙ୍କ ପିତାଙ୍କର ନାମ ଇ‌ଶ୍‌ମାୟେଲ ଅଟେ। ସବଦିୟ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ୟ, ଲେବୀୟମାନେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭେମାନେ ସମସ୍ତ କାର୍ଯ୍ୟ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସେମାନଙ୍କର ସହିତ ରହନ୍ତି।”


ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା।


ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ।


ଦାଉଦ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଲେବୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲେବୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ୟକ। ଏହା ପରେ ମୁଁ ନିୟମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭେମାନେ ତାହାକୁ ସେହି ସ୍ଥାନକୁ ଆଣିବ।


ଯର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗର 120,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।


ରାଜାଙ୍କ ସୈନ୍ୟବାହିନୀରେ ସେବାକାର୍ଯ୍ୟ କରୁଥିବା ଇସ୍ରାଏଲୀୟ ଲୋକଙ୍କର ତାଲିକା ଏହି। ପ୍ରତ୍ୟେକ ଦଳକୁ ପ୍ରତି ବର୍ଷର ଗୋଟିଏ ମାସ ନିମନ୍ତେ କାର୍ଯ୍ୟରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ୟାପଟେନ୍, ସେନାଧ୍ୟକ୍ଷ ଓ ପୋଲିସମାନେ ରାଜାଙ୍କର ସେବାକାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ସେନାଦଳରେ 24,000 ଲୋକ ଥିଲେ।


ତା'ପରେ ଯିହୋଶୂୟ ରୁବେନୀୟ ଗୋଷ୍ଠୀବର୍ଗଙ୍କୁ ଓ ଗାଦୀୟ ଏବଂ ମିନଃଶିର ଅର୍ଦ୍ଧ ଗୋଷ୍ଠୀବର୍ଗଙ୍କୁ କହିଲେ,


Swiv nou:

Piblisite


Piblisite