1 ବଂଶାବଳୀ 26:12 - ପବିତ୍ର ବାଇବଲ12 ଏହିମାନେ ଦ୍ୱାରପାଳମାନଙ୍କ ଦଳର ନେତା ଥିଲେ। ଦ୍ୱାରପାଳମାନେ ଏକ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ, ଠିକ୍ ଯେପରି ସେମାନଙ୍କର ଆତ୍ମୀୟମାନେ କରୁଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ଵାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। Gade chapit laଓଡିଆ ବାଇବେଲ12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। Gade chapit la |
ଆସଫ୍ଙ୍କ ପରିବାରର ଗାୟକମାନେ ସେହି ସ୍ଥାନରେ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଏବଂ ରାଜାଙ୍କର ଯାଜକ ଯିଦୂଥୂନ୍ ସେମାନଙ୍କୁ ନିଯୁକ୍ତ କରିଥିଲେ। ଦ୍ୱାରପାଳଗଣ ଯେଉଁମାନେ ପ୍ରତ୍ୟେକ ଫାଟକରେ ଥିଲେ, ସେମାନଙ୍କୁ ସେମାନଙ୍କର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସେମାନଙ୍କର ଭ୍ରାତା ଲେବୀୟଗଣ ସେମାନଙ୍କ ପାଇଁ ନିସ୍ତାରପର୍ବର ସାମଗ୍ରୀ ପ୍ରସ୍ତୁତ କରିଥିଲେ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନୈବେଦ୍ୟ ଦେଉଥିଲେ, କୋରି ତାହାର ଦାୟିତ୍ୱରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାୟିତ୍ୱ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ହୋଇଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। କୋରି ପୂର୍ବଦିଗରେ ଥିବା ଦ୍ୱାରର ଦ୍ୱାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲେବୀୟ ଯିମ୍ନା।